ରୋହିତ ପୂଜାରୀ ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି
25/09/2023 at 8:27 PM

ଭୁବନେଶ୍ୱର,୨୫/୯: ୩ ବିଜେଡି ନେତାଙ୍କୁ ମିଳିଲା ସାଙ୍ଗଠନିକ ଦାୟିତ୍ୱ। ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି ରୋହିତ ପୂଜାରୀ। ସେହିପରି ମାନସ ମାଡକାମୀ ମାଲାକାନାଗିରି ଜିଲ୍ଲା ବିଜେଡି ସଭାପତି ନିଯୁକ୍ତ ହୋଇଛନ୍ତି। ସିଦ୍ଧାର୍ଥ ଦାସଙ୍କୁ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଛି।
ତେବେ ରୋହିତ ପୂଜାରୀ ପୂର୍ବରୁ ଉଚ୍ଚଶିକ୍ଷା ମନ୍ତ୍ରୀ ଥିଲେ। ଉଚ୍ଚ ଶିକ୍ଷା ବିଭାଗର ଖରାପ ପ୍ରଦର୍ଶନ ଥିବାରୁ ରୋହିତଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍ ଦେବାକୁ ମୁଖ୍ୟମନ୍ତ୍ରୀ ସୁପାରିଶ କରିଥିଲେ। ତାଙ୍କ ସ୍ଥାନରେ ଅତନୁ ସବ୍ୟସାଚ୍ଚୀ ନାୟକଙ୍କୁ ଉଚ୍ଚଶିକ୍ଷା ବିଭାଗର ଦାୟିତ୍ୱ ଦିଆଯାଇଥିଲା।
ସୂଚନାଥାଉକି ୨୦୨୨ରେ ରୋହିତଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଥିଲା। ରେଢାଖୋଲରୁ ଦୁଇ ଦୁଇ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ରୋହିତ୍ ପୂଜାରୀ । ବିଧାନସଭା ଉପ ମୁଖ୍ୟ ସଚେତକ ଭାବେ ରୋହିତ ପୂଜାରୀ ଦାୟିତ୍ୱ ତୁଲାଇଛନ୍ତି।