ଅର୍ଦ୍ଧଶତକ ସହ ରୋହିତ ଶର୍ମାଙ୍କ ନାଁରେ ଅନେକ ରେକର୍ଡ, ସଚିନଙ୍କ ସହ କଲେ ବରାବର

Published By : Prameya-News7 Bureau | September 10, 2023 IST

କଲୋମ୍ଵୋ: ଏସିଆ କପ୍ ୨୦୨୩ର ସୁପର-୪ରେ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ବହୁପ୍ରତୀକ୍ଷିତ ମୁକାବିଲା ଖେଳାଯାଉଛି। ମ୍ୟାଚ୍‌ରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ଦମଦାର ଆରମ୍ଭ କରିଛି। ଅଧିନାୟକ ରୋହିତ ଶର୍ମା ଓ ଶୁଭମନ ଗିଲ୍ ଓପନିଂରେ ଶତକୀୟ ଭାଗିଦାରୀ କରି ଭାରତର ସ୍ଥିତି ମଜବୁତ କରିଛନ୍ତି। ଦୁଇ ଓପନିଂ ବ୍ୟାଟର ମିଶି ପ୍ରଥମ ଓ୍ଵିକେଟ୍ ପାଇଁ ୧୨୧ ରନ ଯୋଡ଼ିଥିଲେ। ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି। ରୋହିତ ୪୯ ବଲ୍‌ରେ ବିସ୍ଫୋରକ ୫୬ ରନର ଇନିଂସ ଖେଳିଛନ୍ତି। ଏଥିରେ ୪ ଛକା ଓ ୬ ଚୌକା ସାମିଲ୍। ରୋହିତ ୪୨ ବଲ୍‌ରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ।

wp:heading {"level":4}

Also read- ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ରିଜର୍ଭ ଡେକୁ ଭେଙ୍କଟେଶଙ୍କ ସମାଲୋଚନା, ସାମ୍ନାକୁ ଆସିଲା ୨ ବୋର୍ଡର ପ୍ରତିକ୍ରିୟା

/wp:heading

ନିଜର ଏହି ଅର୍ଦ୍ଧଶତକ ଦମରେ ରୋହିତ ଶର୍ମା ଅନେକ ରେକର୍ଡ ଭାଙ୍ଗିଛନ୍ତି। କିମ୍ବଦନ୍ତୀ ବ୍ୟାଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ସହ ମଧ୍ୟ ସମକକ୍ଷ  ହୋଇଛନ୍ତି ରୋହିତ। ସେ ଇନିଂସର ପ୍ରଥମ ଓଭରରେ ଦ୍ରୁତ ବୋଲର ଶାହୀନ ଆଫ୍ରିଦିଙ୍କ ବଲ୍‌ରେ ଛକା ମାରି ଦୁନିଆର ପ୍ରଥମ କ୍ରିକେଟ୍‌ର ହୋଇଛନ୍ତି। ଚଳିତ ବର୍ଷ ଦିନିକିଆରେ ୧୦ ଓଭରରେ ସର୍ବାଧିକ ଛକାର ରେକର୍ଡ ରୋହିତ ନିଜର ନାମ ଲିପିବଦ୍ଧ କରିଛନ୍ତି।

wp:embed {"url":"https://twitter.com/BCCI/status/1700821356412366869?s=20","type":"rich","providerNameSlug":"twitter","responsive":true}
https://twitter.com/BCCI/status/1700821356412366869?s=20
/wp:embed

ଚଳିତ ବର୍ଷ ଦିନିକିଆରେ ୧୦ ଓଭରରେ ସର୍ବାଧିକ ଛକାର ରେକର୍ଡ

୧୭- ରୋହିତ ଶର୍ମା(୧୧ ଇନିଂସ)

୮- ମିଚେଲ୍ ମାର୍ଶ(୪)

୭- କ୍ଵିଣ୍ଟନ ଡିକକ୍‌(୭)

୬- ତେମ୍ବା ବାଭୁମା(୮) ଓ ଟ୍ରେଭିସ୍ ହେଡ୍(୫)

ରୋହିତ ଶର୍ମା ନିଜର ଇନିଂସ ଦମରେ ଆଉ ଏକ ରେକର୍ଡ କରିଛନ୍ତି। ସେ ଦିନିକିଆ ଏସିଆ କପ୍‌ରେ କୌଣସି ଦଳ ବିପକ୍ଷରେ ସର୍ବାଧିକ ଅର୍ଦ୍ଧଶତକ ହାସଲକାରୀ ଖେଳାଳି। ରୋହିତ ପାକିସ୍ତାନ ବିପକ୍ଷରେ ଦିନିକିଆ ଏସିଆ କପ୍‌ରେ ସବୁଠୁ ଅଧିକ ୬ ଅର୍ଦ୍ଧଶତକ ହାସଲ କରିଛନ୍ତି। ତାଙ୍କ ପରେ ଦ୍ଵିତୀୟ ସ୍ଥାନରେ ଅଛନ୍ତି ସଚିନ ତେନ୍ଦୁଲକର, ସନଥ ଜୟସୁରିୟା ଓ କୁମାର ସାଙ୍ଗାକାରା। ତିନି ଖେଳାଳି ୫ଟି ଲେଖାଏଁ ଅର୍ଦ୍ଧଶତକ ହାସଲ କରିଛନ୍ତି। ସଚିନ ଶ୍ରୀଲଙ୍କା, ଜୟସୁରିୟା ବାଂଲାଦେଶ ଓ ସାଙ୍ଗାକାର ଭାରତ ବିପକ୍ଷରେ ଏହି ରେକର୍ଡ କରିଥିଲେ।

ଦିନିକିଆ ଏସିଆ କପ୍‌ରେ ସର୍ବାଧିକ ୫୦ରୁ ଉର୍ଦ୍ଧ୍ଵ ରନ କରିବାର ରେକର୍ଡ ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ କୁମାର ସାଙ୍ଗାକାରାଙ୍କ ନାମରେ ରହିଛି। ସେ ୧୨ ଥର ଏହି ଉପଲବ୍ଧି ହାସଲ କରିଥିବା ବେଳେ ଶ୍ରୀଲଙ୍କାର ସନଥ ଜୟସୁରିୟା ଓ ସଚିନ ତେନ୍ଦୁଲକର ୯-୯ ଥର ଏହି ଉପଲବ୍ଧି ହାସଲ କରିଛନ୍ତି। ଏବେ ପାକିସ୍ତାନ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରିବା ସହ ରୋହିତ ଶର୍ମା ସଚିନ ଓ ସନଥ ଜୟସୁରିୟାଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.