ଦ.ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷିତ, କେଏଲ ଅଧିନାୟକ, ଏହି ସବୁ ଖେଳାଳିଙ୍କୁ ମିଳିଲା ସୁଯୋଗ
22/05/2022 at 5:47 PM

ନୂଆଦିଲ୍ଲୀ: ଆଇପିଏଲ ୨୦୨୨ ପରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଟି-୨୦ ସିରିଜ୍ ପାଇଁ ରବିବାର ଭାରତୀୟ ଦଳ ଘୋଷଣା କରାଯାଇଛି। କେଏଲ ରାହୁଲଙ୍କୁ ଦଳର ଅଧିନାୟକ କରାଯାଇଛି। ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ପରି ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି। ବିସିସିଆଇ ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରିଛି।
ଟି-୨୦ ସିରିଜରେ ରୋହିତ-କୋହଲିଙ୍କ ବ୍ୟତୀତ ଯଶପ୍ରୀତ ବୁମରା, ମହମ୍ମଦ ଶାମିଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ଶିଖର ଧାଓ୍ଵନଙ୍କୁ ଦଳରେ ସ୍ଥାନ ମିଳିନି। ସବୁଠୁ ବଡ କଥା ଧାଓ୍ଵନଙ୍କୁ ଉକ୍ତ ସିରିଜ୍ ପାଇଁ ଦଳର ଅଧିନାୟକ କରାଯିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଟି-୨୦ ଦଳରେ ଅନେକ ବଡ ଖେଳାଳିଙ୍କ ପ୍ରତ୍ୟାବର୍ତ୍ତନ ଘଟିଛି। ସେଥିରେ ହାର୍ଦ୍ଦିକ ପାଣ୍ଡ୍ୟା, ଦିନେଶ କାର୍ତ୍ତି, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲଙ୍କ ପରି ନାମ ସାମିଲ୍। ଏହା ବ୍ୟତୀତ ଆଇପିଏଲ ୨୦୨୨ରେ ଦମଦାର ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ମଧ୍ୟ ସୁଯୋଗ ମିଳିଛି। ଅର୍ଶଦୀପ ସିଂହ ଏବଂ ଉମରାନ ମଲିକଙ୍କୁ ପ୍ରଥମ ଥର ଭାରତୀୟ ଦଳରେ ସୁଯୋଗ ମିଳିଛି।
T20I Squad – KL Rahul (Capt), Ruturaj Gaikwad, Ishan Kishan, Deepak Hooda, Shreyas Iyer, Rishabh Pant(VC) (wk),Dinesh Karthik (wk), Hardik Pandya, Venkatesh Iyer, Y Chahal, Kuldeep Yadav, Axar Patel, R Bishnoi, Bhuvneshwar, Harshal Patel, Avesh Khan, Arshdeep Singh, Umran Malik
— BCCI (@BCCI) May 22, 2022
ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍ ପାଇଁ ଭାରତୀୟ ଦଳ
କେଏଲ ରାହୁଲ(ଅଧିନାୟକ), ଋତୁରାଜ ଗାଏକଓ୍ଵାଡ, ଇଶାନ କିଷଣ, ଦୀପକ ହୁଡ୍ଡା, ଶ୍ରେୟସ ଆୟର, ଋଷଭ ପନ୍ତ, ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ଭେଙ୍କଟେଶ ଆୟର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଅକ୍ଷର ପଟେଲ, ରବି ବିଷ୍ଣୋଇ, ଭୁବନେଶ୍ଵର କୁମାର, ହର୍ଷଲ ପଟେଲ, ଅଭେଶ ଖାନ, ଅର୍ଶଦୀପ ସିଂହ, ଉମରାନ ମଲିକ।
ଭାରତ-ଦ. ଆଫ୍ରିକା ଟି-୨୦ ସିରିଜ୍
ପ୍ରଥମ ଟି-୨୦: ଜୁନ ୯, ଦିଲ୍ଲୀ
ଦ୍ଵିତୀୟ ଟି-୨୦: ଜୁନ ୧୨, କଟକ
ତୃତୀୟ ଟି-୨୦: ଜୁନ ୧୪, ବିଶାଖାପଟନମ
ଚତୁର୍ଥ ଟି-୨୦: ଜୁନ ୧୭, ରାଜକୋଟ୍
ପଞ୍ଚମ ଟି-୨୦: ଜୁନ ୧୯, ବେଙ୍ଗାଲୁରୁ
ଚୟନକର୍ତ୍ତା ଇଂଲଣ୍ଡ ବିପକ୍ଷ ହେବାକୁ ଥିବା ଗୋଟିଏ ଟେଷ୍ଟ ମ୍ୟାଚ୍ ପାଇଁ ଭାରତୀୟ ଦଳ ଘୋଷଣା କରିଛନ୍ତି। ଗତ ବର୍ଷ ଇଂଲଣ୍ଡରେ ଖେଳାଯାଇଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଗୋଟିଏ ମ୍ୟାଚ୍ ଖେଳିବା ବାକି ରହିଥିଲା। ଏହି ମ୍ୟାଚ୍ ଜୁଲାଇ ୧ରେ ଖେଳାଯିବ। ହେଲେ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ଦିନିକିଆ ଏବଂ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇ ନାହିଁ।
ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆ
TEST Squad – Rohit Sharma (Capt), KL Rahul (VC), Shubman Gill, Virat Kohli, Shreyas Iyer, Hanuma Vihari, Cheteshwar Pujara, Rishabh Pant (wk), KS Bharat (wk), R Jadeja, R Ashwin, Shardul Thakur, Mohd Shami, Jasprit Bumrah, Mohd Siraj, Umesh Yadav, Prasidh Krishna #ENGvIND
— BCCI (@BCCI) May 22, 2022
ରୋହିତ ଶର୍ମା(ଅଧିନାୟକ), କେଏଲ ରାହୁଲ(ଉପ ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, ହନୁମା ବିହାରୀ, ଚେତେଶ୍ଵର ପୂଜାରା, ଋଷଭ ପନ୍ତ, କେଏସ ଭରତ, ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ଵିନ, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ଶାମି, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ, ଉମେଶ ଯାଦବ, ପ୍ରସିଦ୍ଧ କୃଷ୍ଣା।
ଦଳକୁ ଫେରିଲେ ପୂଜାରା
ଲଗାତାର ଖରାପ ଫର୍ମ କାରଣରୁ ଟେଷ୍ଟ ଦଳରୁ ନିଜ ସ୍ଥାନ ହରାଇଥିଲେ ଚେତେଶ୍ଵର ପୂଜାରା। ହେଲେ କାଉଣ୍ଟି କ୍ରିକେଟରେ ଚମତ୍କାର ପ୍ରଦର୍ଶନର ପୁରସ୍କାର ତାଙ୍କୁ ମିଳିଛି। ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଚେତେଶ୍ଵର ପୂଜାରା ଏବଂ ଆଜିଙ୍କ୍ୟ ରାହାଣେଙ୍କୁ ଦଳରେ ଚୟନ କରାଯାଇନଥିଲା। ଲାଗୁଥିଲା ଉଭୟଙ୍କ କ୍ୟାରିୟର ଶେଷ ହୋଇଗଲା।
ଏହାପରେ ପୂଜାରା କାଉଣ୍ଟି କ୍ରିକେଟ୍ ଖେଳିବାକୁ ନିଷ୍ପତ୍ତି ନେଇଥିଲେ। ସେଠାରେ ଦମଦାର ବ୍ୟାଟିଂ କରି ଲଗାତାର ଶତକ ପରେ ଶତକ ହାସଲ କରିଥିଲେ। ତାଙ୍କର ପ୍ରଦର୍ଶନ ପରେ ଟେଷ୍ଟ ଦଳରେ ପୂଜାରାଙ୍କ ପ୍ରତ୍ୟାବର୍ତ୍ତନ ଘଟିଛି। ସେପଟେ ଆଜିଙ୍କ୍ୟ ରାହାଣେ ଆହତ କାରଣରୁ ବାହାରେ ଅଛନ୍ତି। ସେ ସଂପ୍ରତି ଦୁଇ ମାସ କ୍ରିକେଟ୍ ପଡିଆରୁ ଦୂରରେ ରହିବେ।