ଏକ ବଡ଼ କୀର୍ତ୍ତମାନ ପାଇଁ ରୋହିତଙ୍କୁ ଦରକାର ୬ ଛକା, ସାମିଲ ହେବେ ସ୍ଵତନ୍ତ୍ର କ୍ଲବରେ

Published By : Prameya-News7 Bureau | April 11, 2024 IST

ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର ବ୍ୟାଟର ରୋହିତ ଶର୍ମା ଆଇପିଏଲ୍ ୨୦୨୪ରେ ଭଲ ଫର୍ମରେ ଅଛନ୍ତି। ଏହି କ୍ରମରେ ଆଜି ଆଇପିଏଲ୍‌ର ଏକ ହାଇଭୋଲଟେଜ୍ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ଏହି ମ୍ୟାଚ୍‌ରେ ରୋହିତ ଶର୍ମାଙ୍କ ନିକଟରେ ଟି-୨୦ରେ ୫୦୦ ଛକା ମାରିବାର ସୁଯୋଗ ରହିଛି। ଦିଲ୍ଲୀ ବିପକ୍ଷ ଗତ ମ୍ୟାଚ୍‌ରେ ରୋହିତ ୪୯ ରନର ବିସ୍ଫୋରକ ଇନିଂସ ଖେଳିଥିଲେ। ତେବେ ବେଙ୍ଗାଲୁରୁ ବିପକ୍ଷ ମ୍ୟାଚ୍‌ରେ ହିଟମ୍ୟାନ ବଡ଼ ଇନିଂସ ଖେଳିବା ଉଦ୍ଦେଶ୍ୟରେ ପଡ଼ିଆକୁ ଓହ୍ଲାଇ ପାରନ୍ତି। କାରଣ ସେ ପ୍ରତି ମ୍ୟାଚ୍‌ରେ ଭଲ ବ୍ୟାଟିଂ କରୁଥିଲେ ମଧ୍ୟ ଏହାକୁ ବଡ଼ ଇନିଂସରେ ବଦଳାଇ ପାରି ନାହାନ୍ତି।

Also read: IPL ନିୟମରେ ବଡ଼ ପରିବର୍ତ୍ତନ ଚାହୁଁଛନ୍ତି ଫ୍ରାଞ୍ଚାଇଜ, ୪ ବଦଳରେ ଚାହାନ୍ତି ଏତିକି ଖେଳାଳି

ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସବୁଠୁ ଅଧିକ ଛକା ମାରିଥିବା ରୋହିତ ଶର୍ମା ଆଜିର ମୁକାବିଲାରେ ୫୦୦ ଛକା ମାରିଲେ ଟି-୨୦ କ୍ରିକେଟରେ ଦୁନିଆର ପଞ୍ଚମ ବ୍ୟାଟର ହେବାର ଉପଲବ୍ଧି ହାସଲ କରିବେ। ଏହି କ୍ଲବରେ କ୍ରିସ ଗେଲ, କିରଣ ପୋଲାର୍ଡ, ଆନ୍ଦ୍ରେ ରସେଲ ଓ କୋଲିନ ମୁନରୋ ସାମିଲ। ରୋହିତ ଶର୍ମା ୪୩୦ ମ୍ୟାଚ୍‌ରେ ୪୯୪ ଛକା ମାରିଛନ୍ତି। ଏହି କ୍ଲବରେ ସାମିଲ ହେବା ପାଇଁ ତାଙ୍କୁ ଆଉ ଛଅଟି ଛକା ଦରକାର। 

ରୋହିତ ଆଇପିଏଲ୍‌ରେ ଏ ପର୍ଯ୍ୟନ୍ତ ୨୪୭ ମ୍ୟାଚ୍ ଖେଳି ୨୬୪ ଛକା ଓ ୧୫୧ ଟି-୨୦ ଅନ୍ତର୍ଜାତୀୟ ମୁକାବିଲାରେ ୧୯୦ ଛକା ମାରିଛନ୍ତି। ଆଇପିଏଲ୍ ଏବଂ  ଟି-୧୦ ବ୍ୟତୀତ ରୋହିତ ମୁମ୍ବାଇ ପକ୍ଷରୁ ଚାମ୍ପିଅନ୍ସ ଲିଗ୍ ଓ ଘରୋଇ ଟି-୨୦ ମ୍ୟାଚ୍ ଖେଳିଛନ୍ତି।

ଟି-୨୦ରେ ସବୁଠୁ ଅଧିକ ଛକା

କ୍ରିସ ଗେଲ- ୧୦୫୬

କିରଣ ପୋଲାର୍ଡ- ୮୬୦

ଆନ୍ଦ୍ରେ ରସେଲ- ୬୭୮

କଲିନ ମୁନରୋ- ୫୪୮

ରୋହିତ ଶର୍ମା- ୪୯୪

ଆଲେକ୍ସ  ହେଲ୍ସ- ୪୯୪

  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.