oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୬ କୋଭିଡ୍ ପଜିଟିଭ୍
  • ||
  • ପିଏଫଆଇ ଉପରେ ଲାଗିଲା ୫ ବର୍ଷ ପାଇଁ ପ୍ରତିବନ୍ଧକ, ଆତଙ୍କବାଦୀ କାର୍ଯ୍ୟକଳାପ ନେଇ କାର୍ଯ୍ୟାନୁଷ୍ଠାନ
  • ||
  • ଯାଜପୁର: ମାଆ ବିରଜାଙ୍କ ପୀଠରେ ଚାଲିଛି ନବଦିନାତ୍ମକ ପୂଜା, ସନ୍ଧ୍ୟାରେ ରଥଟଣା
  • ||
  • ଜଗତସିଂହପୁର: ନବରାତ୍ରର ତୃତୀୟ ଦିନ, ମନ୍ତ୍ରଧ୍ୱନୀ ଓ ଚଣ୍ଡୀପାଠରେ କମ୍ପୁଛି ଝଙ୍କଡ଼ ପୀଠ
  • ||
  • କଟକ : କଟକ ସହରରେ ପଶିଲେ ୩ ହାତୀ, ଆକ୍ରମଣରେ ୨ ମୃତ
  • ||

ହିଟମ୍ୟାନ୍ @୩୫ : ବିଶ୍ୱର ଏକ ମାତ୍ର ବ୍ୟାଟର ଭାବେ ଦିନିକିଆରେ ଲଗାଇଛନ୍ତି ୩ ଡବଲ ସେଞ୍ଚୁରୀ

30/04/2022 at 7:30 AM

ନୂଆଦିଲ୍ଲୀ ୩୦/୦୪: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ରୋହିତ ଶର୍ମା । ୩୫ ବର୍ଷରେ ପାଦ ଥାପିଲେ ହିଟମ୍ୟାନ୍ ରୋହିତ ଶର୍ମା । ବିଶ୍ୱର ଏକ ମାତ୍ର ଭାବେ  ଅନ୍ତର୍ଜାତୀୟ ଦିନିକିଆରେ ତିନୋଟି ଦ୍ୱିଶତକ ହାସଲ କରିଛନ୍ତି ସେ । ଜନ୍ମଦିନ ଉପଲକ୍ଷେ ହିଟମ୍ୟାନଙ୍କୁ ବିଭିନ୍ନ ଆଡୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି ।

ପ୍ରଥମେ ବୋଲର ହେବାକୁ ଚାହୁଁଥିଲେ ରୋହିତ

ହିଟମ୍ୟାନ୍ ରୋହିତ ଶର୍ମା ପ୍ରଥମେ ବୋଲର ହେବାକୁ ଚାହୁଁଥିଲେ। କୋଚ୍ ଦୀନେଶ ଲଡ ତାଙ୍କ ବ୍ୟାଟିଂ ଦେଖି ବ୍ୟାଟସମ୍ୟାନ୍ ହେବାକୁ ପରାମର୍ଶ ଦେଇଥିଲେ । ଦମଦାର୍ ବ୍ୟାଟିଂରେ ତାଙ୍କୁ ହିଟମ୍ୟାନ୍ ରୂପେ ପରିଚୟ ଦେଇଥିଲା।

୨୦୦୭ରେ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ

ରୋହିତ ୨୦୦୭ରେ ଅନ୍ତର୍ଜାତୀୟ ମ୍ୟାଚରେ ପଦାର୍ପଣ କରିଥିଲେ । ସେପ୍ଟେମ୍ଵରରେ ସେ ଟି-୨୦ ପାଦ ଦେଇଥିଲେ। ରୋହିତ ଶର୍ମା ୨୦୨୦ ଫେବୃଆରୀରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଟେଷ୍ଟ ଖେଳିଥିଲେ।

୨୦୧୫ରେ ଧରିଥିଲେ ରିତିକାଙ୍କ ହାତ

୨୦୧୫ ଡିସେମ୍ବର ୧୩ରେ ରୋହିତ ଶର୍ମା ଓ ରିତିକା ସଜଦେହଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ବିବାହର ତିନି ବର୍ଷ ପରେ ୨୦୧୮ ଡିସେମ୍ବର ୩୦ରେ ରୋହିତଙ୍କ ଏକ କନ୍ୟା ସନ୍ତାନ ହୋଇଥିଲା। ସେହି ସମୟରେ ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍ କାରଣରୁ ସେ ତାଙ୍କ ପତ୍ନୀଙ୍କ ନିକଟରେ ଉପସ୍ଥିତ ହୋଇପାରି ନଥିଲେ।

ସୂଚନାଯୋଗ୍ୟ, ଇଏସପିଏନର ରିପୋର୍ଟ ଅନୁସାରେ, ଅଧିନାୟକ ରୋହିତ ଶର୍ମା ଏଯାଏଁ ୨୩୦ଟି ଦିନିକିଆ ଖେଳି ୯୨୮୩ ରନ କରିଛନ୍ତି। ସେ ୨୯ଟି ଶତକ ଏବଂ ୪୪ଟି ଅର୍ଦ୍ଧଶତକ ଲଗାଇଛନ୍ତି। ସେହିପରି ୪୫ଟି ଟେଷ୍ଟ ମ୍ୟାଚରେ ୩୧୩୭ ରନ କରିଛନ୍ତି। ଏଥିରେ ୮ଟି ଶତକ ଓ ୧୪ଟି ଅର୍ଦ୍ଧଶତକ ରହିଛି। ୧୨୫ଟି-୨୦ ଇଣ୍ଟରନ୍ୟାସନାଲରେ ସେ ୩୩୧୩ ରନ୍ କରିଛନ୍ତି। ଏଥିରେ ୪ଟି ଶତକ ଓ ୨୬ଟି ଅର୍ଦ୍ଧଶତକ ସାମିଲ ଅଛି ।

   Related Posts