scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ରବିଚନ୍ଦ୍ରନ ଅଶ୍ଵିନଙ୍କ ଜାଲରେ ଫସିଲେ ରୋହିତ ଓ ଦ୍ରାବିଡ଼, ବିଶ୍ଵକପ୍ ଦଳରୁ କେଉଁ ଖେଳାଳି ପଡ଼ିବେ ବାଦ୍ ?

25/09/2023 at 6:09 PM

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଏମିତିରେ ବିଶ୍ଵକପ୍ ୨୦୨୩ ଦଳ ଘୋଷଣା କରି ସାରିଛି। ତେବେ ସେପ୍ଟେମ୍ବର ୨୮ ତାରିଖ ସୁଦ୍ଧା ପ୍ରତ୍ୟେକ ଦଳ ପାଖରେ ଖେଳାଳି ପରିବର୍ତ୍ତନ କରିବାର ଶେଷ ସୁଯୋଗ ରହିଛି। ଏବେ ଚର୍ଚ୍ଚା ଜୋର ଧରିଛି ଯେ, ଷ୍ଟାର ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ଵିନଙ୍କୁ ବିଶ୍ଵକପ୍ ଦଳରେ ସ୍ଥାନ ମିଳିପାରେ। ଏବେ ଅଶ୍ଵିନଙ୍କୁ କେଉଁ ଖେଳାଳି ବଦଳରେ ଦଳରେ ସାମିଲ୍ କରାଯିବ ତାହା ସବୁଠୁ ବଡ଼ ପ୍ରଶ୍ନ। ସଂପ୍ରତି ଅକ୍ଷର ପଟେଲ୍ ଆହତ ହେବାରୁ ରବିଚନ୍ଦ୍ରନ ଅଶ୍ଵିନଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଶୃଙ୍ଖଳାରେ ସ୍ଥାନ ମିଳିଛି। ଯଦି ଅକ୍ଷର ପଟେଲ୍ କିଛି ଦିନରେ ନିଜର ଫିଟନେସ୍ ହାସଲ କରିବାରେ ସଫଳ ହୁଅନ୍ତି ତେବେ ତାଙ୍କର ବିଶ୍ଵକପ୍ ଦଳରେ ରହିବା ନିଶ୍ଚିତ। ମାତ୍ର ଅଶ୍ଵିନ ଯେଉଁଭଳି ପ୍ରଦର୍ଶନ କରିଛନ୍ତି ଏହା ଦେଖିଲେ ଲାଗୁଛି ଘୋଷିତ ଦଳରୁ ଜଣେ ଖେଳାଳି ବାଦ୍ ପଡ଼ି ପାରନ୍ତି।

Also read- ସଚିନଙ୍କ ରେକର୍ଡ ବ୍ରେକ୍‌ କରିବେ କି ଗିଲ୍ ? ଆଉ ଦରକାର ୬୬୫ ରନ୍‌

ଯେବେ ବିସିସିଆଇ ବିଶ୍ଵକପ୍ ୨୦୨୩ ପାଇଁ ଦଳ ଘୋଷଣା କଲା, ଦଲରେ ଜଣେ ସ୍ପିନରଙ୍କ ଅଭାବ ଦେଖିବାକୁ ମିଳିଥିଲା। ଭାରତର ବିଶ୍ଵକପ୍ ଦଳରେ ରବୀନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ୍ ଓ କୁଲଦୀପ ଯାଦବଙ୍କ ରୂପେ ତିନି ସ୍ପିନର ରହିଥିଲେ ହେଁ କୌଣସି ଅଫ ସ୍ପିନର ନ ଥିଲେ, ଯିଏ ବାମହାତୀ ବ୍ୟାଟରଙ୍କୁ ହଇରାଣରେ ପକାଇବ। ତେବେ ଏସିଆ କପ୍‌ ସମୟରେ ଅକ୍ଷର ପଟେଲ୍ ଆହତ ହେବାରୁ ଓ୍ଵାଶିଂଟନ ସୁନ୍ଦରଙ୍କୁ ସିଧାସଳଖ  ଚୂଡ଼ାନ୍ତ ଏକାଦଶରେ ସାମିଲ୍ କରାଯାଇଥିଲା।

Ravichandran Ashwin Becomes India's Leading Wicket-Taker Against Australia  In International Cricket, Breaks Anil Kumble's All-Time Record With His  3/41 In Second ODI | Cricket News, Times Now
TimesNow

ଏବେ ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ସିରିଜ୍‌ରେ ଭାରତ ସୁନ୍ଦରଙ୍କ ସହିତ ଅଶ୍ଵିନଙ୍କୁ ମଧ୍ୟ ଦଳରେ ସାମିଲ୍ କରିଛି। ଆଉ ନିଜର ଅନୁଭବ ଯୋଗୁଁ ଅଶ୍ଵିନଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିଛି। ପ୍ରଥମ ମ୍ୟାଚ୍‌ରେ ଅଶ୍ଵିନଙ୍କ ପ୍ରଦର୍ଶନ ଫିକା ରହିଥିଲା। ମାତ୍ର ଦ୍ଵିତୀୟ ଦିନିକିଆରେ ସେ ଯେଉଁଭଳି ବୋଲିଂ କରିଛନ୍ତି ତାହା ଚମତ୍କାର ଥିଲା। ୭ ଓଭରରେ ୪୧ ରନ ବ୍ୟୟ କରିଥିଲେ ହେଁ ୩ଟି ବଡ଼ ଓ୍ଵିକେଟ୍ ନେଇଥିଲ। ସବୁଠୁ ବଡ଼ କଥା ହୋଲକର ଷ୍ଟାଡିୟମର ଯେତେବେଳେ ବ୍ୟାଟରମାନେ ବୋଲରଙ୍କୁ ନିର୍ଧୁମ ପ୍ରହାର କରୁଥିଲେ ସେଠାରେ ଅଶ୍ଵିନ ୬ରୁ କମ ଇକୋନୋମିରେ ରନ ଦେଇଥିଲେ। ଭାରତ ଓ ଅଷ୍ଟ୍ରେଲିଆର ୧୧ ବୋଲରଙ୍କ ମଧ୍ୟରୁ ଅଶ୍ଵିନ ହିଁ ସବୁଠୁ କମ ରନ ବ୍ୟୟ କରିଥିଲେ। ସେ ଡେଭିଡ୍ ଓ୍ଵାର୍ଣ୍ଣର ଓ ମାର୍ନସ ଲାବୁସେନଙ୍କ ଭାଗିଦାରୀ ଭାଙ୍ଗିବା ସହ ୭ଟି ବଲ୍‌ ଭିତରେ ୩ଟି ଓ୍ଵିକେଟ୍ ନେଇଥିଲେ। ସେ ବାମହାତୀ ବ୍ୟାଟର ଡେଭିଡ୍ ଓ୍ଵାର୍ଣ୍ଣରଙ୍କୁ ଏମିତି ହଇରାଣରେ ପକାଇଥିଲେ ଯେ, ସେ ଡାହାଣହାତୀ ବ୍ୟାଟିଂ କରିବାକୁ ବାଧ୍ୟ ହୋଇଥିଲେ।

Also read- ୨୦୨୩ରେ ରିପିଟ୍‌ ହେବ କି ବିଶ୍ୱକପ୍‌ ଇତିହାସ ? ଗଣିତ କହୁଛି ଚାମ୍ପିଅନ ହେବ ନମ୍ବର ୧ ଟିମ୍‌

ଅଶ୍ଵିନଙ୍କ ପ୍ରଦର୍ଶନ ଓ ବିଶ୍ଵକପ୍‌ ଦଳରେ ଅଫ ସ୍ପିନରଙ୍କ ଅଭାବକୁ ଦେଖିଲେ ଲାଗୁଛି ବିଶ୍ଵକପ୍ ଦଳରୁ ଅକ୍ଷର ପଟେଲ୍ ଓ ଶାର୍ଦ୍ଦୁଳ ଠାକୁରଙ୍କ ମଧ୍ୟରୁ ଜଣେ ଦଳରୁ ବାଦ୍ ପଡ଼ି ପାରନ୍ତି। ଶାର୍ଦ୍ଦୁଳଙ୍କୁ ବିଶ୍ଵକପ୍ ଦଳରେ ଅଲରାଉଣ୍ଡର ଭାବେ ଦଳରେ ସ୍ଥାନ ମିଳିଥିଲା। ସେ ବୋଲିଂ ସହିତ ୮ମ ସ୍ଥାନରେ ବ୍ୟାଟିଂ କରିବାକୁ ସକ୍ଷମ। ସେ ବିଶ୍ଵକପ୍ ୨୦୧୯ ପରେ ଭାରତ ପାଇଁ ଯୁଗ୍ମ ଭାବ ସର୍ବାଧିକ ୫୭ ଓ୍ଵିକେଟ୍ ନେଇଥିବା ବୋଲର। କିନ୍ତୁ ଭାରତରେ ତାଙ୍କର ପ୍ରଦର୍ଶନ ସେତେଟା ଉତ୍ସାହଜନକ ନୁହେଁ। ୨୦୧୯ ପରେ ଶାର୍ଦ୍ଦୁଳ ଭାରତ ମାଟିରେ ୧୭ଟି ମ୍ୟାଚ୍ ଖେଳି ୨୦ଟି ଓ୍ଵିକେଟ୍ ନେଇଥିବା ବେଳେ ବିଦେଶ ମାଟିରେ ୨୨ ମ୍ୟାଚ୍‌ରୁ ୩୮ ଓ୍ଵିକେଟ୍ ଦଖଲ କରିଛନ୍ତି। ଆଉ ବ୍ୟାଟିଂରେ ୨୧.୫୦ ହାରରେ ରନ ସଂଗ୍ରହ କରିଛନ୍ତି। ଶାର୍ଦ୍ଦୁଳଙ୍କ ଭାରତରେ ଏହି ରେକର୍ଡକୁ ଆଖି ଆଗରେ ରଖି କୁହାଯାଇ ପାରିବ ଯେ, ଦଳ ପ୍ରବନ୍ଧକ ଶାର୍ଦ୍ଦୁଳଙ୍କୁ ବାଦ୍ ଦେଇ  ଅଶ୍ଵିନଙ୍କୁ ବିଶ୍ଵକପ୍ ଦଳରେ ସ୍ଥାନ ଦେଇ ପାରନ୍ତି।

   Related Posts