ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଯାଜପୁର: ଶୌଚ ହେବାକୁ ଯାଇ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ମାଲକାନଗିରିରେ କମ୍ୱିଂ ବେଳେ ପୋଲିସକୁ ସଫଳତା, ମାଓ କ୍ୟାମ୍ପ ଠାବ
  • ||

ଇତିହାସ ରଚିଲେ ଭାରତୀୟ ଟେନିସ୍ ଷ୍ଟାର ରୋହନ ବୋପନ୍ନା, ୪୩ ବର୍ଷ ବୟସରେ ଜିତିଲେ ଏଟିପି ମାଷ୍ଟର୍ସ ୧୦୦୦ ଟୁର୍ଣ୍ଣାମେଣ୍ଟ

19/03/2023 at 7:14 PM

ନୂଆଦିଲ୍ଲୀ: ଭାରତର ଷ୍ଟାର ଟେନିସ ଖେଳାଳି ରୋହନ ବୋପନ୍ନା ବିଏମପି ପରିବାସ ଓପନ ଟେନିସ ଟୁର୍ଣ୍ଣାମେଣ୍ଟରେ ନିଜ ଅଷ୍ଟ୍ରେଲିଆ ସହଯୋଗୀଙ୍କ ସହ ମିଶି ପୁରୁଷ ଡବଲ୍ସ ଟାଇଟଲ୍ ବିଜୟୀ ହୋଇଛନ୍ତି । ଏହାସହ ଏଟିପି ମାଷ୍ଟର୍ସ ୧୦୦୦ ଟୁର୍ଣ୍ଣାମେଣ୍ଟ ବିଜୟୀ ହେବାରେ ସବୁଠୁ ବୟସ୍କ ଖେଳାଳି ହୋଇଛନ୍ତି । ରୋହନ ବୋପନ୍ନାଙ୍କ ବର୍ତ୍ତମାନ ବୟସ ୪୩ ବର୍ଷ । ରୋହନ ବୋପନ୍ନା ଏବଂ ଅଷ୍ଟ୍ରେଲିଆର ଏବଡେନ ଶନିବାର ଫାଇନାଲରେ ଶୀର୍ଷ ମାନ୍ୟତାପ୍ରାପ୍ତ ନେଦରଲ୍ୟାଣ୍ଡର ୱେସ୍ଲେ କୁଲହୋଫ୍ ଏବଂ ବ୍ରିଟେନର ନୀଲ ସ୍କୁପସ୍କିଙ୍କ ଯୋଡିକୁ ୬-୩, ୨-୬, ୧୦-୮ରେ ପରାସ୍ତ କରିଥିଲେ ।

ନିଜର ୧୦ ଏଟିପି ମାଷ୍ଟର୍ସ ୧୦୦୦ ଫାଇନାଲ ଖେଳିଥିବା ବୋପନ୍ନା କହିଛନ୍ତି,’ବାସ୍ତାରେ ଏହା ସ୍ୱତନ୍ତ୍ର । ଏଥିପାଇଁ ଏହାକୁ ଟେନିସର ସ୍ୱର୍ଗ ବୋଲି କୁହାଯାଏ । ଅନେକ ବର୍ଷରୁ ମୁଁ ଏଠାକୁ ଆସୁଛି ଏବଂ ଲୋକେ ଟାଇଟଲ ଜିତିବା ଦେଖି ଆସୁଛି । ମୁଁ ପ୍ରକୃତରେ ବହୁତ ଖୁସି ଯେ ମୁଁ ଏବଂ ମେଟ୍ ଏଠାରେ ଟାଇଟଲ ଜିତିବାରେ ସଫଳ ହୋଇଛୁ’। ଦୀର୍ଘ ଦିନରୁ ମିକ୍ସଡ ଡବଲ୍ସରେ ସାନାଆ ମିର୍ଜାଙ୍କ ସହ ମିଶି ଅନେକ ଟୁର୍ଣ୍ଣାମେଣ୍ଟ ଖେଳିଥିବା ବୋପନ୍ନା କହିଛନ୍ତି, ‘ଆମେ କଡ଼ା ଏବଂ ରୋମାଞ୍ଚକର ମୁକାବିଲା ମ୍ୟାଚ୍ ଖେଳିଛୁ । ଆଜି ଆମ ମୁକାବିଲା ବର୍ତ୍ତମାନର ସର୍ବଶ୍ରେଷ୍ଠ ଟିମ୍ ସହ ଥିଲା । ମୁଁ ବାସ୍ତବରେ ବହୁତ୍ ଖୁସି ଅଛି ‘।

ବୋପନ୍ନା ଏହି ବିଜୟ ସହ କାନାଡାର ଡେନିୟଲ ନେଷ୍ଟରଙ୍କୁ ପଛରେ ପକାଇଛନ୍ତି । ନେଷ୍ଟର ୨୦୧୫ରେ ସିନସିନାଟି ମାଷ୍ଟର୍ସରେ ୪୨ ବର୍ଷ ବୟସରେ ଟାଇଟଲ ବିଜୟୀ ହୋଇଥିଲେ ।

   Related Posts