oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସପ୍ତାହକରେ ୨ୟ ଘଟଣା, ମେଡିକାଲ ଛାତରୁ ଡେଇଁ ରୋଗୀ ମୃତ

18/08/2022 at 8:38 AM

ଢେଙ୍କାନାଳ ୧୮।୦୮: ଚାରି ମହଲା ଉପର ତଳକୁ ଡେଇଁପଡିଲେ ରୋଗୀ । ଆଉ ତଳେ ପଡି ଚାଲିଗଲା ରୋଗୀର ଜୀବନ । ମୃତକ ପରଜଙ୍ଗ ଥାନା ଲୋଧଣି ଗାଁର ୫୦ ବର୍ଷୀୟ ଦୁର୍ଯ୍ୟୋଧନ ନାୟକ ବୋଲି ଜଣାପଡିଛି । ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଏଭଳି ଅଘଟଣା ଦେଖିବାକୁ ମିଳିଛି ।

ଖବର ଅନୁଯାୟୀ, ଦୁର୍ଯ୍ୟୋଧନଙ୍କୁ  ବୁଧବାରଠୁ ପରିବାର ପକ୍ଷରୁ ମୁଣ୍ଡ ବୁଲାଇବା ଯୋଗୁଁ ଚିକିତ୍ସା ନିମନ୍ତେ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ଗୁରୁବାର ଭୋର ପ୍ରାୟ ସାଢେ ୪ଟା ସମୟରେ ଦୁର୍ଯ୍ୟୋଧନ ହଠାତ୍‌ ବେଡ୍‌ରୁ ଉଠି ଝରକା ପଟେ ତଳକୁ ଡେଇଁ ପଡିଥିଲେ । ଯାହାଫଳରେ ତାଙ୍କର ଜୀବନ ଚାଲିଯାଇଛି ।

ତେବେ ଏକ ସପ୍ତାହ ମଧ୍ୟରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଏହା ଦ୍ୱିତୀୟ ଘଟଣା ।ସେପଟେ ଏହି ଅଘଟଣ ପାଇଁ ସୁରକ୍ଷାକର୍ମୀଙ୍କ ଅବହେଳାକୁ ଦୀୟ କରିଛନ୍ତି ମୃତ ଦୁର୍ଯ୍ୟୋଧନଙ୍କ ପରିବାର । ତେବେ ଦୁର୍ଯ୍ୟୋଧନ କଣ ପାଇଁ ଡେଇଁଲେ, ତାହା ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ ।

   Related Posts