ଆସି ପାରିଲାନି ଆମ୍ବୁଲାନ୍ସ, ଖଟିଆରେ ୩ କିମି ବୁହା ହେଲେ ଗର୍ଭବତୀ

Published By : Prameya-News7 Bureau | November 25, 2021 IST

କରଞ୍ଜିଆ,୨୫/୧୧:  ରାଜ୍ୟରେ ଥମୁନି ଜନନୀ ଯନ୍ତ୍ରଣା । ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ । ଗାଁକୁ ରାସ୍ତା ନଥିବାରୁ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା  ଠାକୁରମୁଣ୍ଡା ବ୍ଲକ ଠାରୁ ମାତ୍ର ୫ କିମି ଦୂର ଦିରିବ ଗାଁରେ ।

ଦିରିବ ଗାଁ ହୋ ସାହିର  କୁଅଁର ହୋଙ୍କ ସ୍ତ୍ରୀ ବୁଧବାର ବିଳମ୍ବିତ ରାତିରେ ଗର୍ଭ ଯନ୍ତ୍ରଣା ଅନୁଭବ କରିଥିଲେ । ପରିବାର ଲୋକେ ତୁରନ୍ତ ଆମ୍ବୁଲାନ୍ସକୁ ଡକାଇଥିଲେ । ମାତ୍ର ଠିକ୍ ରାସ୍ତା ନଥିବାରୁ ଗର୍ଭବତୀଙ୍କୁ ପ୍ରାୟ ୩ କିମି ଖଟିଆରେ ନିକଟସ୍ଥ ସ୍କୁଲ ପର୍ଯ୍ୟନ୍ତ ସମ୍ପର୍କୀୟ ବୋହି ଆଣିଥିଲେ l

ସ୍କୁଲ ପାଖରେ ପହଞ୍ଚିବା ପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଠାକୁରମୁଣ୍ଡା ଗୋଷ୍ଠୀ  ସ୍ୱାସ୍ଥ୍ୟକେନ୍ଦ୍ରରେ ଗୁରୁବାର ସକାଳୁ ସକାଳୁ ଭର୍ତ୍ତି କରାଯାଇଥିଲା l ମେଡିକାଲରେ ପହଞ୍ଚିବା ପରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ଏବେ ମାଆ ଓ ଝିଅ ଉଭୟ ସୁସ୍ଥ ଥିବା ଜଣାପଡିଛି l ତେବେ ଗାଁକୁ ରାସ୍ତା ଠିକ୍ ରାସ୍ତା ନଥିବାରୁ ଏଭଳି ଦୁର୍ଦ୍ଦଶା ଭୋଗିବାକୁ ପଡୁଛି ବୋଲି ଗ୍ରାମବାସୀମାନେ  ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.