Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

କରୋନା ମୁକାବିଲା ପାଇଁ ଆଗେଇ ଆସିଲେ ଏହି ମହାନ ଟେନିସ୍ ଖେଳାଳି, ଦାନ କଲେ ୮ କୋଟି ଟଙ୍କା

26/03/2020 at 10:05 AM

ନୋବା, ୨୬|୦୩: ସାରା ବିଶ୍ୱ ଏବ କରୋନା ଆତଙ୍କରେ ଥରହର ହେଉଛି । କରୋନା ଭାଇରସ ୧୮ ହଜାରରୁ ଅଧିକ ମୁଣ୍ଡ ନେଇ ସାରିଲାଣି । ତେବେ ଅନେକ ସେଲିବ୍ରିଟୀ, ଖେଳାଳି ଏହି ସମୟରେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି । ସ୍ୱିଜରଲାଣ୍ଡର ମହାନ ଟେନିସ୍ ଖେଳାଳି ରୋଜର ଫେଡେରର ନିଜ ଦେଶବାସୀଙ୍କୁ ସାହାଯ୍ୟ କରିବା ପାଇଁ ଅଣ୍ଟା ଭିଡିଛନ୍ତି । ସେ କରୋନା ମୁକାବିଲା ପାଇଁ ମିଲିୟନ ଡଲାରରୁ ଅଧିକ ଟଙ୍କା ପ୍ରଦାନ କରି ଦେଶବାସୀଙ୍କ ସହ ରହିଥିବା ପ୍ରକାଶ କରିଛନ୍ତି ।

ସର୍ବାଧିକ ୨୦ ଥର ଗ୍ରାଣ୍ଡ ସ୍ଲାମ୍ ଚାମ୍ପିଅନ ହୋଇଥିବା ଫେଡେରର୍ ୧.୨ ମିଲିୟନ ବା ୮ କୋଟି ଟଙ୍କା ପ୍ରଦାନ କରିଛନ୍ତି । ୩୮ ବର୍ଷୀୟ ଫେଡେରର ଟ୍ୱିଟରରେ ଲେଖିଛନ୍ତି ଯେ, ଏହା ଅତି ଗୁରତ୍ୱପୂର୍ଣ୍ଣ ସମୟ । ଏହି ସମୟରେ କେହି ପଛକୁ ହଟିବା ଅନୁଚିତ । ତେଣୁ ସେ, ୧.୨ ମିଲିୟନ ଡଲାର ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ଯୋଗଦାନ କେବଳ ଏକ ଆରମ୍ଭ ମାତ୍ର ବୋଲି ସେ କହିଛନ୍ତି ।

ସରକାରୀ ତଥ୍ୟାନୁସାରେ, ସ୍ୱିଜରଲାଣ୍ଡର ନୋବା ସବୁଠାରୁ ଅଧିକ କରୋନା ପ୍ରଭାବିତ ଅଞ୍ଚଳ ଅଟେ । ଏଠାରେ ୮ ହଜାର କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୮୬ଜଣ ପ୍ରାଣ ହରାଇଛନ୍ତି ।

   Related Posts