କ୍ୟାରିୟରର ଶେଷ ମ୍ୟାଚ୍ ଖେଳିଲେ ରୋଜର ଫେଡେରର, ଭାବପ୍ରବଣ ବିଦାୟ ଦେଲେ ନାଡାଲ ଓ ଜୋକୋଭିକ୍

Published By : Prameya-News7 Bureau | September 24, 2022 IST

ନୂଆଦିଲ୍ଲୀ ୨୪/୦୯: ଶେଷ ମ୍ୟାଚ୍ ହାରିଲେ ଲିଜେଣ୍ଡ ଖେଳାଳି ରୋଜର ଫେଡରର । କ୍ୟାରିୟରର ଶେଷ ମ୍ୟାଚ୍ ରେ ଫ୍ରାନ୍ସିସ୍ ଟିଆଫୋ ଏବଂ ଜ୍ୟାକ୍ ସୌଫଙ୍କଠାରୁ ହାରିଥିଲେ । ତେବେ ଶେଷ ମ୍ୟାଚରେ ପରାଜୟ ପରେ ଫେଡେରରଙ୍କ ଆଖିରୁ ବୋହିଥିଲା ଅଶ୍ରୁ ଧାର ।

ବାସ୍ତବରେ, ଏହା ତାଙ୍କର ଶେଷ ମ୍ୟାଚ୍ ଥିଲା, ଏପରି ପରିସ୍ଥିତିରେ, ଯେତେବେଳେ ଫେଡେରର ମ୍ୟାଚ୍ ହାରିଗଲେ । ସେ ଅନୁଭବ କରିଥିଲେ ଯେ ଏହା ପରେ ତାଙ୍କୁ ଆଉ ଟେନିସ୍ କୋର୍ଟରେ କେବେ ଦେଖିବାକୁ ମିଳିବନି । ସେଥିପାଇଁ ନିଜର ଶେଷ ମ୍ୟାଚ୍ ଖେଳିବା ପରେ ଭାବବିହ୍ୱଳ ହୋଇପଡିଥିଲେ ଫେଡରର୍ । କେବଳ ଫେଡରର ନୁହେଁ ତାଙ୍କ ସାଥୀ ଖେଳାଳି ବି କାନ୍ଦି ପକାଇଥିଲେ । ଯାହାର ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

wp:html /wp:html wp:html /wp:html

ପ୍ରଶଂସକମାନେ ମଧ୍ୟ ଭିଡିଓ ଦେଖି ତୀବ୍ର ପ୍ରତିକ୍ରିୟା ଦେଉଛନ୍ତି। ଫେଡେରର ଭାବପ୍ରବଣ ଥିବାବେଳେ ଅନ୍ୟ ଜଣେ ଭେଟେରାନ ଖେଳାଳି ରାଫେଲ ନାଡାଲ ମଧ୍ୟ ଭାବପ୍ରବଣ ହୋଇଥିଲେ । ଆହୁରି ମଧ୍ୟ ନୋଭାକ୍ ଜୋକଭିକଙ୍କ ଆଖିରେ ବି ଆସିଥିଲା ଲୁହ । ତଥାପି ପୁରୁଷ ସିଙ୍ଗଲ୍ସରେ ସର୍ବାଧିକ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିବା କ୍ଷେତ୍ରରେ ରୋଜର ଫେଡେରର ତୃତୀୟ ସ୍ଥାନରେ ରହିଛନ୍ତି । କ୍ୟାରିୟରରେ ଫେଡେରର ୨୦ଟି ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିବାରେ ସଫଳ ହୋଇଛନ୍ତି । ଏହାସହ ୨୨ ଟି ଗ୍ରାଣ୍ଡସ୍ଲାମ ଟାଇଟଲ ଜିତି ରାଫେଲ ନାଡାଲ ଶୀର୍ଷରେ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.