ଏପ୍ରିଲ୍ ନୁହେଁ ଏହି ଦିନ ଥିଏଟରକୁ ଆସିବ ‘ରକି ଔର ରାନୀ କି ପ୍ରେମ କାହାନୀ’, ସାମ୍ନାକୁ ଆସିଲା ରିଲିଜ୍ ଡେଟ୍
2/02/2023 at 2:07 PM

ମୁମ୍ଵାଇ ୦୨।୦୨: ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ରକି ଔର ରାନୀ କି ପ୍ରେମ କାହାନୀ’ । ଏହାର ରିଲିଜ୍ ପାଇଁ ଉତ୍ସାହର ସହିତ ଅପେକ୍ଷା କରି ରହିଛନ୍ତି। ତେବେ ଦର୍ଶକଙ୍କୁ ଆଲିଆ ଭଟ୍ଟ ଏବଂ ରଣଭୀର ସିଂଙ୍କ ଅଭିନୀତ ଫିଲ୍ମ ପାଇଁ ଅଧିକ ସମୟ ଅପେକ୍ଷା କରିବାକୁ ପଡିବ। ଏହା ଆମେ ନୁହେଁ ଆଜି କରଣ ଜୋହର ସେୟାର କରିଥିବା ପୋଷ୍ଟ କହୁଛି। ଏହି ପୋଷ୍ଟକୁ ଦେଖି ଫିଲ୍ମର ରିଲିଜକୁ ସ୍ଥଗିତ ରଖାଯାଇଥିବା ସ୍ପଷ୍ଟ ହୋଇଛି। ବର୍ତ୍ତମାନ ‘ରକି ଔର ରାନୀ କି ପ୍ରେମ କାହାଣୀ’ ଏପ୍ରିଲ ପରିବର୍ତ୍ତେ ଜୁଲାଇ ମାସରେ ପ୍ରେକ୍ଷାଳୟକୁ ଆସିବାକୁ ଯାଉଛି।
ବାସ୍ତବରେ କରଣ ଜୋହର ଆଜି ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଫିଲ୍ମର ପୋଷ୍ଟର ସେୟାର କରି ଫିଲ୍ମର ନୂଆ ରିଲିଜ୍ ତାରିଖ ଘୋଷଣା କରିଛନ୍ତି। ପୋଷ୍ଟର ସେୟାର କରି କରଣ ଲେଖିଛନ୍ତି, ‘ସମସ୍ତେ କୁହନ୍ତି ଧର୍ଯ୍ୟର ଫଳ ମିଠା, ତେଣୁ ଏହି ବିଶେଷ କାହାଣୀର ମଧୁରତାକୁ ଯୋଡିବା ପାଇଁ – ଆମେ ଅନେକ ପ୍ରେମ ଆଣିଛୁ! ରକି ଔର ରାନୀଙ୍କ ପରିବାର ପ୍ରସ୍ତୁତ ହେଉଛନ୍ତି ଏବଂ ବର୍ତ୍ତମାନ ପ୍ରେମର ଏହି ଅନନ୍ୟ କାହାଣୀ ଦେଖନ୍ତୁ! ୨୮ ଜୁଲାଇ ୨୦୨୩ରେ ଆସିବ।
‘ରକି ଔର ରାନୀ କି ପ୍ରେମ କାହାନୀ’ର ରିଲିଜ୍ ତାରିଖରେ ପରିବର୍ତ୍ତନ ହେବାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। କିନ୍ତୁ କଳ୍ପନା ଜଳ୍ପନାର କାରଣ ହେଉଛି ଯେ କରଣ ପ୍ରସିଦ୍ଧ ନିର୍ଦ୍ଦେଶକ ମଣି ରତ୍ନମଙ୍କ ଫିଲ୍ମ ‘ପୋନିୟିନ ସେଲଭାନ ୨’କୁ ବକ୍ସ ଅଫିସରେ ଏଡାଇବା ପାଇଁ ଏପରି କରିଥାଇ ପାରନ୍ତି। ‘ପିଏସ୍ ୨’ ମୁଖ୍ୟ ଭୂମିକାରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ଚିଆନ୍ ବିକ୍ରମ, କାର୍ତ୍ତି, ତ୍ରିଶା କୃଷ୍ଣନ୍, ଜୟମ୍ ରବି, ସାରଥକୁମାର, ପ୍ରଭାସ ଲାଲ୍, କିଶୋର, ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ଅନ୍ୟପଟେ ‘ରକି ଔର ରାନୀ କି ପ୍ରେମ କାହାନୀ’ ମୁଖ୍ୟ ଭୂମିକାରେ ରଣଭୀର ସିଂ, ଆଲିଆ ଭଟ୍ଟ, ଶବାନା ଆଜମୀ, ଧର୍ମେନ୍ଦ୍ର ଏବଂ ଜୟା ବଚ୍ଚନ ପ୍ରମୁଖ ଅଭିନୟ କରିଛନ୍ତି