ପାହାଡ଼ରୁ ଖସିଲା ପଥର, ବିଶାଖାପାଟଣା-କୋରାପୁଟ ରେଳ ଚଳାଚଳ ବନ୍ଦ
10/07/2023 at 10:26 PM

କୋରାପୁଟ: ବିଶାଖାପାଟଣା କୋରାପୁଟ କିରୁଣ୍ଡଲ ରେଳପଥରେ ରେଳ ଚଳାଚଳ ବନ୍ଦ। କୋତା ବାଲସା ନିକଟରେ ରେଳ ଧାରଣା ଉପରେ ପଥର ଖସିବାରୁ ରେଳ ଚଳାଚଳ ବନ୍ଦ କରାଯାଇଛି। ବୋରାଘୁଲାଉ_କର୍କାଭାଲସା ମଧ୍ୟରେ ରେଳ ଧାରଣାରେ ପଥର ପଡିଥିବା ରେଳ ବିଭାଗର ସୂଚନା। ଉକ୍ତ ରେଳପଥରେ ଚାରୋଟି ଟ୍ରେନ୍ ବାତିଲ ସହ ରାତ୍ରୀକାଳୀନ ଏକ୍ସପ୍ରେସକୁ ରାୟଗଡ଼ା ଦେଇ ଦିଗ ପରିବର୍ତ୍ତନ କରାଯାଇଛି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ସୂଚନା ଦେଇଛନ୍ତି ରେଳ ବିଭାଗ ବରିଷ୍ଠ କମର୍ସିଆଲ ମ୍ୟାନେଜର।

ଅଧିକ ପଢନ୍ତୁ- ବର୍ଷା ବିତ୍ପାତ: ୧୭ ଟ୍ରେନ୍ ବାତିଲ୍, ଟ୍ରାକ୍ରୁ ପାଣି ସଫା ପାଇଁ ଚାଲିଛି ପମ୍ପ୍
Related Posts
ବଜାରରେ ପ୍ରବେଶ କଲା ରୋୟାଲ ଏନଫିଲ୍ଡର ହିମାଲୟନ
4 December 2023