ଚଣ୍ଡିଗଡ଼: ପଞ୍ଜାବରେ ପୁଣି ଥାନା ଉପରେ ରକେଟ୍ ଲଞ୍ଚର ମାଡ଼ । ତରନତାରନ ଜିଲ୍ଲାର ଏକ ଥାନା ଉପରେ ରକେଟ୍ ଲଞ୍ଚର ମାଡ଼ ହୋଇଛି । ବୋମାମାଡ଼ ଯୋଗୁ ଥାନାର ଝରକା କବାଟରେ ଲାଗିଥିବା ଲାଚ ଭାଙ୍ଗି ଯାଇଛି । ଅନ୍ୟପଟେ ଦୁର୍ବୃତ୍ତମାନେ ବିସ୍ଫୋରଣ କରି ଫେରାର୍ ହୋଇଯାଇଥିବା ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ତରନତାରନ ଜିଲ୍ଲା ସରହାଳି ଥାନାରେ ବୋମା ମାଡ଼ ହୋଇଛି । ଏହା ସହିତ ଥାନାକୁ ଲାଗିକରି ଥିବା ଅନ୍ୟ କାର୍ଯ୍ୟାଳୟରେ ମଧ୍ୟ ରକେଟ୍ ଲଞ୍ଚର ମାଡ଼ କରିଛନ୍ତି ଦୁର୍ବୃତ୍ତ । ବିସ୍ଫୋରଣରେ ଥାନା ବିଲ୍ଡିଂର କାଚ ଭାଙ୍ଗି ଯାଇଛି । ପୋଲିସ ଘଟଣାର ତଦନ୍ତ କରୁଛି