scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପ୍ରବଳ ବର୍ଷା ଯୋଗୁ ଭାରତରେ ଚାଉଳ ଉତ୍ପାଦନରେ ବୃଦ୍ଧି

5/08/2023 at 11:23 PM

ନୂଆଦିଲ୍ଲୀ: କୃଷି ମନ୍ତ୍ରଣାଳୟର ସଦ୍ୟତମ ତଥ୍ୟ ଅନୁଯାୟୀ ଭାରତୀୟ କୃଷକମାନେ ୨୮.୩ ନିୟୁତ ହେକ୍ଟର (୬୯.୯ ନିୟୁତ ଏକର) ଗ୍ରୀଷ୍ମକାଳୀନ ଧାନ ଚାଷ କରିଛନ୍ତି। ଯାହା ଗତ ବର୍ଷ ସମାନ ସମୟ ତୁଳନାରେ ୩.୨୮% ଅଧିକ। ପ୍ରବଳ ବର୍ଷା ଯୋଗୁ ଏଥର ରବି ଫସଲ ଅଧିକ ହୋଇଛି। ବିଶ୍ୱର ଶଷ୍ୟ ଉତ୍ପାଦନରେ ଦ୍ୱିତୀୟରେ ଥିବା ଭାରତରେ ସର୍ବାଧିକ ଚାଉଳ ଉତ୍ପାଦନ ଏଥର ଅଭାବର ଚିନ୍ତା ଦୂର କରିବ। ଗତ ମାସରେ ଭାରତ ବିଦେଶକୁ ଚାଉଳ ରପ୍ତାନୀ ବନ୍ଦ କରି ଦେଇଛି। ଫଳରେ ବିଶ୍ୱରେ ଚାଉଳର ଅଭାବ ବଢ଼ିଯିବା ସହ ମୂଲ୍ୟ ବୃଦ୍ଧି ହୋଇଛି।

ପଢ଼ନ୍ତୁ-ଟମାଟର ପରେ ଏବେ କନ୍ଦାଇବ ପିଆଜ, ଜାଣନ୍ତୁ କେବେ ଓ କେତେ ବଢିବ ଦର?

ସାଧାରଣତଃ କୃଷକମାନେ ମୌସୁମୀ ଆସିଲେ  ଅର୍ଥାତ ଜୁନ ୧ ତାରିଖରୁ ଅନ୍ୟ ଫସଲ ମଧ୍ୟରେ ଚାଉଳ, ମକା, କପା, ସୋୟାବିନ୍, ଆଖୁ ଏବଂ କଦଳୀ ଚାଷ ଆରମ୍ଭ କରନ୍ତି। ତେବେ ଭାରତର ପ୍ରାୟ ଅର୍ଦ୍ଧେକ ଚାଷ ଜମିରେ ଜଳସେଚନ ଅଭାବ ସମସ୍ୟା ଦେଖା ଦେବାରୁ ଗ୍ରୀଷ୍ମ ବର୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ଜୁନ୍ ଓ ଜୁଲାଇରେ ଭାରତରେ ମୌସୁମୀ ବର୍ଷା ହାରାହାରି ଠାରୁ ୫% ଅଧିକ ଥିଲା। ହେଲେ ଏକାକୀ ଜୁନ୍ ମାସରେ ବର୍ଷାର ପରିମାଣ ସ୍ୱାଭାବିକଠାରୁ ୧୦% କମ୍‌ ହୋଇଥିଲା। କିନ୍ତୁ ଜୁଲାଇରେ ହାରାହାରି ଠାରୁ ୧୩% ଅଧିକ ବର୍ଷା ହୋଇଥିଲା। କୃଷି ମନ୍ତ୍ରଣାଳୟର ସୂଚନା ଅନୁସାରେ,

କୃଷକମାନେ ସୋୟାବିନ ସମେତ ମୋଟ ୧୭.୯ ନିୟୁତ ହେକ୍ଟର (୪୪.୨ ନିୟୁତ ଏକର) ତୌଳବୀଜ ରୋପଣ କରିଛନ୍ତି। ଯାହାକି ପୂର୍ବ ବର୍ଷ ତୁଳନାରେ ୨.୨% ଅଧିକ।  ୭.୬ ନିୟୁତ ହେକ୍ଟର (୧୮.୮ ନିୟୁତ ଏକର) ରେ ମକା ଲଗାଯାଇଥିଲା। ଯାହାକି ପୂର୍ବ ବର୍ଷ ୭.୫ ନିୟୁତ ହେକ୍ଟରରୁ ଅଧିକ ଥିଲା। ୧୧.୯ ନିୟୁତ ହେକ୍ଟରରେ କପା ଚାଷ ସାମାନ୍ୟ କମ୍ ରହିଛି।

ପଢ଼ନ୍ତୁ-ଟମାଟର ଓ ମସଲା ପରେ ଏବେ କନ୍ଦେଇବ ଡାଲି, ଜାଣନ୍ତୁ କେଜି ପିଛା ଦର କେତେ?

   Related Posts