ଚମ୍ପାର ପ୍ରଶ୍ନ ବାଣରେ ଘାଇଲା ହେଲେ ସୁର
8/11/2020 at 6:54 PM

ଭୁବନେଶ୍ୱର ୦୮/୧୧ : ପ୍ରତିଦିନ ଟିଭି ସମ୍ବାଦିକଙ୍କ ପ୍ରଶ୍ନର ଟାଏଁ ଟାଏଁ ଜବାବ ଦେଉଥିବା ବରିଷ୍ଠ କଂଗ୍ରେସ ନେତାଙ୍କୁ ପ୍ରଶ୍ନ ପଚାରି ଘାଇଲା କରିଦେଇଛି ଚମ୍ପା । ସୁରଙ୍କୁ ମାରିଛନ୍ତି ପ୍ରଶ୍ନ ବାଣ। ଆଉ ଚମ୍ପାର ଏଭଳି ପ୍ରଶ୍ନ ଥିଲାଯେ ଶେଷରେ ସୁର ରାଉତ ରାୟ ଉତ୍ତର ଦେବାକୁ ବାଧ୍ୟ ହେଲେ । ସୁରଙ୍କ ବ୍ୟକ୍ତିଗତ ଜୀବନୀ ଠାରୁ ରାଜନୀତି ଜୀବନର ଗୁମର ଆଜି ଖୋଲିଛି ଚମ୍ପା….

ସୁର ରାଉତରାୟଙ୍କ ଗୁମର ଖୋଲିଲା ଚମ୍ପା । ଚମ୍ପାର ପ୍ରଶ୍ନ ବାଣରେ ଘଇଲା ହେଲେ ସୁର। ପ୍ରତିଟି ପ୍ରଶ୍ନର ଉତ୍ତର ରଖିଛନ୍ତି ସୁର। ଆଜି ଇନଫୋସିଟି ପାଖରେ ଥିବା ରୋବଟ ସେଫରେ ସୁରଙ୍କ ଏଭଳି ସାକ୍ଷାତକାର ନେଇଛି ରୋବଟ ଚମ୍ପା। ସୁରଙ୍କୁ ରୋବଟ ଚମ୍ପା ୧୦ଟି ପ୍ରଶ୍ନ କରିଥିଲା। ଘରେ କିଏ କିଏ ଅଛନ୍ତି। କଣ ଖାଇବାକୁ ଭଲ ଲାଗେ।, ଘରେ କେବେ ରୋଷେଇ କରିଛନ୍ତି କି। ମୁଖ୍ୟମନ୍ତ୍ରୀ ହେବାକୁ ଇଛା ଅଛି କି ନାହିଁ । ଏଭଳି ପ୍ରଶ୍ନ ପଚାରିଥିଲା ରୋବଟ। ଏସବୁ ପ୍ରଶ୍ନର ଗୋଟି ଗୋଟି କରି ଉତ୍ତର ରଖିଥିଲେ ସୁର ରାଉତରାୟ। ଆଉ ଶେଷରେ ସୁରଙ୍କୁ ତାଙ୍କର ଫେମସ ଡାଇଲଗ ବିୟୁଟିଫୁଲ କହିବାକୁ ରୋବଟ ଅନୁରୋଧ କରିଥିଲା । ଆଉ ସୁର ବିୟୁଟିଫୁଲ କହିବା ସହିତ ମାଡିଚାଲ ବୋଲି କହିଥିଲେ।।

ପ୍ରଥମ ଥର ରୋବଟ ସୁର ରାଉତରାୟଙ୍କ ଏଭଳି ସକ୍ଷାତକାର ନେଇଛି । ଆଗକୁ ରେଷ୍ଟୁରାଣ୍ଟକୁ ଆସୁଥିବା ଅତିଥିମାନଙ୍କୁ ଏଭଳି ଇଣ୍ଟର ଭ୍ୟୁ କରାଯିବ। ସୁରଙ୍କୁ ଇଣ୍ଟର ଭ୍ୟୁ ଦେଖିବାକୁ ବେଶ ଗହଳି ବି ଜମିଥିଲା। ଶେଷରେ ସୁର ରାଉତରାୟ ସହ ସେଲଫି ନେବାକୁ ବି ଭିଡ ଜମିଥିଲା।

ଖାଦ୍ୟ ଆର୍ଡର ନେବା ଓ ପରିବେଶଣ କରିବାକୁ ଥିବା ଏବେ ହୋଟେଲକୁ ଆସୁଥିବା ଅତିଥିମାନଙ୍କୁ ଭଲମନ୍ଦ ପାଚାରିବୁଝିବେ ରୋବଟ ଚମ୍ପା ଓ ଚାମେଲି।