ଗୁଜରାଟ ବିଧାନସଭା ନିର୍ବାଚନ: ବିଜେପି ଲାଗି ରବୋଟ କରୁଛି ପ୍ରଚାର, ଦେଖନ୍ତୁ ଭିଡିଓ

Published By : Prameya-News7 Bureau | November 18, 2022 IST

ଗାନ୍ଧିନଗର ୧୮।୧୧: ବିଧାନସଭା ନିର୍ବାଚନ ଲାଗି ଗୁଜରାଟରେ ଏବେ ଜୋର ଧରିଛି ରାଜନୀତି। ବିଭିନ୍ନ ରାଜନୈତିକ ଦଳ ନିଜ ନିଜର ପ୍ରଚାର ଆରମ୍ଭ କରିଦେଇଥିବା ବେଳେ ବିଜେପି ଏଥିରେ ପାଦେ ଆଗୁଆ ରହିଛି। ବିଜେପିର ଷ୍ଟାର ପ୍ରଚାରକମାନେ ଏବେ ମୈଦାନକୁ ଓହ୍ଲାଇ ଦଳ ନିମନ୍ତେ ପ୍ରଚାର କରିବା ଆରମ୍ଭ କରିଦେଲେଣି। ଏହି କ୍ରମରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱାଶର୍ମା, ଅନୁରାଗ ଠାକୁର ଆଦି ରାଜ୍ୟରେ ପ୍ରଚାର କରିଛନ୍ତି।

ତେବେ ଗୁଜରାଟରେ ବିଜେପି ଏଥର ପାରମ୍ପରିକ ପ୍ରଚାର ସହିତ ଟେକ୍ନୋଲଜିର ମଧ୍ୟ ସାହାରା ନେଇଛି। ଏଥିରେ ଏକ ରବୋଟ ଏବେ ନିର୍ବାଚନ ପ୍ରଚାରରେ ଆଲୋଚନାର ପ୍ରସଙ୍ଗ ପାଲଟିଛି। ରବୋଟ ଘରକୁ ଘର ବୁଲି ପ୍ରଚାର କରିବା ସହ ପ୍ରଚାର ପତ୍ର ମଧ୍ୟ ବଣ୍ଟନ କରୁଛି। ରବୋଟର କାମ ଦେଖିବାକୁ ଲୋକଙ୍କ ବେଶ ଭିଡ ଜମୁଛି। ଗହଳରି ରବୋଟ ବୁଲି ବୁଲି ନିର୍ବାଚନ ପ୍ରଚାର ପତ୍ର ବଣ୍ଟନ କରୁଛି। ଏହି ନିର୍ବାଚନ ପ୍ରଚାର ରବୋଟକୁ ହର୍ଷିତ ପଟେଲ ତିଆରି କରିଛନ୍ତି।

wp:html /wp:html

ହର୍ଷିତଙ୍କ କହିବା କଥା ହେଉଛି ସେ ଏହି ରବୋଟକୁ କେବଳ ବିଧାନସଭା ନିର୍ବାଚନ ପ୍ରଚାର ନିମନ୍ତେ ପ୍ରସ୍ତୁତ କରିଛନ୍ତି। ଯାହା ପ୍ରାର୍ଥୀଙ୍କ ଲାଗି ଡୋର ଟୁ ଡୋର କ୍ୟାମ୍ପେନ କରିବା ସହ ଦଳର ବାର୍ତ୍ତା ଲୋକଙ୍କ ନିକଟରେ ପହଞ୍ଚଉଛି। ରବୋଟରେ ପ୍ରାର୍ଥୀଙ୍କ ପ୍ରଚାର ଲାଗି ପ୍ରି ରେକର୍ଡେଡ ସ୍ଲୋଗାନ ସହିତ ସ୍ପିକର ମଧ୍ୟ ଲାଗିଛି। ରବୋଟ ବୁଲି ବୁଲି ପ୍ରଚାର କରିବା ବେଳେ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବା ସହ ତାଙ୍କର ପ୍ରଚାର ପତ୍ର ମଧ୍ୟ ବଣ୍ଟନ କରୁଛି।

ତେବେ ଏହା ପୂର୍ବରୁ ବିଜେପି ଗାଁ ଗାଁରେ ନିର୍ବାଚନ ପ୍ରଚାର ଲାଗି ଇଲେକ୍ଟ୍ରିକ ସ୍କୁଟରର ବ୍ୟବସ୍ଥା କରିଥିଲା। ଯେଉଁଥିରେ ଏଲଇଡି ସ୍କ୍ରିନରେ ପ୍ରଚାରର ବ୍ୟବସ୍ଥା ରହିଛି। ଏଥିଲାଗି କେତେକ ଅଞ୍ଚଳକୁ ଇଲେକ୍ଟ୍ରିକ ସ୍କୁଟର ମଧ୍ୟ ବଣ୍ଟା ଯାଇଛି। କର୍ମୀ ମାନେ ସ୍କୁଟର ନେଇ ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ଦଳର ପ୍ରଚାର କରୁଛନ୍ତି। ଏଥିରେ ସ୍କୁଟରର ପଛ ପଟେ ବଡ ଏଲଇଡି ସ୍କ୍ରିନ ରହିଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକ୍ରମର ଦୃଶ୍ୟ ଓ ସ୍ରାବ୍ୟ ପ୍ରଚାର ହେଉଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.