କମବ୍ୟାକ୍ ଯୋଜନାରେ ଉଥାପ୍ପା, ଟାର୍ଗେଟ୍ ଆଇପିଏଲ୍

Published By : Prameya-News7 Bureau | August 24, 2020 IST

ନୂଆଦିଲ୍ଲୀ, ୨୪|୦୮: ଭାରତୀୟ ଦଳର ଅନୁଭବୀ ବ୍ୟାଟସମ୍ୟାନ ରବିନ ଉଥାପ୍ପା ଦୀର୍ଘଦିନ ଧରି ଅନ୍ତର୍ଜାତୀୟ କ୍ରିକେଟରୁ ଦୂରରେ ଅଛନ୍ତି । କିନ୍ତୁ ସେ ଏବେବି ଭାରତୀୟ ଦଳରେ ସ୍ଥାନ ପାଇବା ନେଇ ଆଶା ରଖିଛନ୍ତି । ଆଇପିଏଲ ଜରିଆରେ ସେ ଭାରତୀୟ ଦଳରେ ପୁଣି ସ୍ଥାନ ପାଇବେ ବୋଲି ଲକ୍ଷ୍ୟ ରଖିଛନ୍ତି ।

ଉଥାପ୍ପା ଭାରତୀୟ ଦଳ ତରଫରୁ ଶେଷ ମ୍ୟାଚ୍ ୨୦୧୫ରେ ଜିମ୍ବାଓ୍ୱେ ବିପକ୍ଷରେ ଖେଳିଥିଲେ । ସେ ଆଇପିଏଲର ୧୩ତମ ସିଜିନରେ ରାଜସ୍ଥାନ ରୟାଲ୍ସ ତରଫରୁ ଖେଳିବେ ।

ଟ୍ୱିଟରରେ ନିଜ ପ୍ରଶଂସକଙ୍କ ବିଭିନ୍ନ ପ୍ରଶ୍ନର ଜବାବ ଦେଇ ଉଥାପ୍ପା ଏକ ଭିଡିଓ ଟ୍ୱିଟ୍ କରିଛନ୍ତି । ସେ କହିଛନ୍ତି ଯେ, ସେ ଯଦି ଆଇପିଏଲରେ ଭଲ ଖେଳିବେ ତେବେ ତାଙ୍କ ସହ କିଛି ଭଲ ହେବ । ଏହାସହ ଭାରତୀୟ ଦଳରେ ପୁଣିଥରେ ସୁଯୋଗ ମିଳିପାରିବ । ସେ ସର୍ବଦା ସକରାତ୍ମକ ଚିନ୍ତା କରନ୍ତି । ଏପରିକି ନକରାତ୍ମକ ସ୍ଥିତିରେ ମଧ୍ୟ ସେ ଆଶାର କିରଣ ଦେଖିଥାନ୍ତି । ସେ ପୁଣି ନିଜ ପ୍ରୟାସ ଓ ଭାଗବାନଙ୍କ ଇଚ୍ଛାରେ ପୁଣି ପ୍ରତିନିଧିତ୍ନ କରିବାକୁ ଚାହାଁନ୍ତି । ଏହା ନିଶ୍ଚୟ ହେବ ବୋଲି ସେ ଆଶା ରଖିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ଯିଏ ମଧ୍ୟ କ୍ରିକେଟ ଖେଳିଥାଏ ନିଜ ଦେଶ ପାଇଁ ଖେଳିଥାଏ । ତେଣୁ ତାଙ୍କ ସ୍ୱପ୍ନ ଏବେବି ଜୀବିତ ଅଛି । ୩୪ ବର୍ଷୀୟ ଉଥାପ୍ପା ୨୦୦୬ରେ ପଦାର୍ପଣ କରିଥିଲେ । ସେ ଭାରତ ପାଇଁ ୪୬ଟି ଦିନିକିଆ ଓ ୧୩ଟି ୨୦ ମ୍ୟାଚ୍ ଖେଳିଛନ୍ତି । ଆଇପିଏଲରେ ସେ ୧୭୭ଟି ମ୍ୟାଚ୍ ଖେଳିଛନ୍ତି । ଏହାସହ ୪୦୦୦ରୁ ଅଧିକ ରନ୍ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.