୧୫୦ ଜଣଙ୍କ ହତ୍ୟାକାରୀ , ଦୁର୍ଦ୍ଦଶ ଡାକୁ ଭୁପତ ସିଂହ ଚୌହାନ ; ହତ୍ୟା ଲୁଣ୍ଠନ କରି ବି ସେ ଥିଲେ ଲୋକପ୍ରିୟ

Published By : Prameya-News7 Bureau | March 30, 2023 IST

ନୂଆଦିଲ୍ଲୀ 30/03 : ଏହି ଘଟଣା ସ୍ୱାଧୀନତା ପୂର୍ବର। ରାଜା ରାଜୁଡ଼ା ଶାସନ। ବ୍ରିଟିଶମାନେ ଶାସନର ଡୋରି ଧରି ଲୁଟୁଥିଲେ ଭାରତର ସମ୍ପତ୍ତି । ସ୍ୱାର୍ଥ ହାସଲ ହେଉ ଅବା କ୍ଷମତା ଲୋଭରେ ଅନେକ ରାଜା ବ୍ରିଟିଶମାନଙ୍କ ସହ ହାତ ମିଶାଇ ଥିଲେ।  ସାଧାରଣ ଲୋକ ଭୋକ ଓ ଶୋଷରେ ମରୁଥିଲେ। ଅଭାବ ଓ କ୍ଷୁଧା ପାଇଁ ଚାରିଆଡ଼େ ବାଜୁଥିଲା ଲୁଟପାଟର ନାଗରା ।  ଠିକ୍‌ ସେହି ସମୟରେ ସେ ସମୟରେ ଗୋଟିଏ ନାଁ ଥରହର କରୁଥିଲା। ଧନୀକଙ୍କୁ, ରାଜା ରାଜୁଡାଙ୍କୁ ଆଉ ବ୍ରିଟିଶ ଚାମଚାଙ୍କୁ । ଡକାୟତ ଭୂପତ ସିଂ ଚୌହାନ। ଯାହାର ନାଁ ଶୁଣି ଥରହର ବି ହେଉଥିଲେ ବ୍ରିଟିଶ ଅଫିସର। କିନ୍ତୁ ଗରିବ ଲୋକଙ୍କ ପାଇଁ ସେ ଥିଲେ ଦେବତା। 

{"id":765486,"sizeSlug":"full","linkDestination":"none"}

ସେ ଥିଲା ତତ୍କାଳୀନ ଭାରତର ରବୀନହୁଡ୍‌ । ଧନୀଙ୍କ ଲାଗି ଆତଙ୍କ ଆଉ ଗରିବଙ୍କ ଲାଗି ଆନନ୍ଦର କାରଣ ।କାହାପାଇଁ ଦୁର୍ଦ୍ଦଶ, ଭୟଙ୍କର ଆଉ କାହାପାଇଁ ଦେବଦୂତ । କାଠିଆୱାଡ଼ାର ଭରୱାଲାରେ ଜନ୍ମ ଭୁପତ ସିଂ ପିଲାଦିନରୁ ସାହସୀ। ନାଁ ଥିଲା ଭୂପତ ସିଂ ବୁବ୍। କିନ୍ତୁ ପରେ ସେ ହୋଇଥିଲେ ଭୁପତ ସିଂ ଚୌହାନ। ଏକ ବେଗ ଗାମୀ ଅଶ୍ବ ଉପରେ ବସି ପବନ ସହ କଥା ହେବାର କଳା ଥିଲା ତାଙ୍କ ପାଖରେ।  ଭୁପତଙ୍କୁ ନେଇ କ୍ରୁରତାର ଅନେକ କାହାଣୀ ରହିଥିବାବେଳେ ଅନେକ ମଧ୍ୟ ତାଙ୍କ ସାହସିକତା ଏବଂ ଗରିବଙ୍କ ପ୍ରତି ଥିବା ପ୍ରେମକୁ କରନ୍ତି ପ୍ରଶଂସା। 

{"id":765488,"sizeSlug":"full","linkDestination":"none"}

 ଭୂପତଙ୍କ ପିଲାଦିନ ଭାଗନିଆରେ କଟିଥିଲା।  ପିଲାଦିନରୁ ଖୁବ୍  ବୁଦ୍ଧିମାନ ଭୂପତ ସିଂଙ୍କ  ଯୁକ୍ତି ଏବଂ ନିଷ୍ପତ୍ତି ଥିଲା ଖୁବ୍‌ ତୀକ୍ଷ୍ଣ।  ପ୍ରଥମେ ଭାଗାନିଆ ରାଜାଙ୍କ ଦରବାରରେ ନିଯୁକ୍ତ ଭୁପତ  କ୍ରୀଡା ନିପୂଣତାରେ ଥିଲେ ମାହିର୍। ଦୌଡ଼ କୁଦ, ଘୋଡା ଦୌଡ଼ ଭଳି ପ୍ରତିଯୋଗିତାରେ ସେ ତାଙ୍କ ରାଜ୍ୟକୁ ପ୍ରତିନିଧିତ୍ୱ କରି ଅନେକ ପୁରସ୍କାର ଜିତୁଥିଲେ। ଏହି କାରଣରୁ ଥିଲେ ସେ ଖୁବ୍ ଲୋକପ୍ରିୟ । କିନ୍ତୁ ଭୁପତଙ୍କ ଜୀବନ ବୋଧହୁଏ ଏକ ପ୍ରାସାଦରେ ରହିବା ପାଇଁ ଉଦ୍ଦିଷ୍ଟ ନଥିଲା। କାରଣ ଅନ୍ୟାୟ ହଜମ ହେଉନଥିଲା ତାଙ୍କର ।  ସେ ଦେଖିପାରୁ ନଥିଲେ ଗରିବ ଲୋକଙ୍କ ଦୁଃଖ ଯନ୍ତ୍ରଣା । ଏପରି କିଛି ଘଟଣା ପାଇଁ ସେ ଧରିଥିଲେ ଅସ୍ତ୍ର। ଅନ୍ୟାୟ ବିରୋଧରେ ଲଢ଼ି ଥିଲେ। ହେଲେ  ପ୍ରତିବଦଳରେ ତାଙ୍କୁ କାଟିବାକୁ ପଡ଼ିଥିଲା ଜେଲରେ ସଜ୍ଜା । ସେଇଠି ଖେଳାଳୀ ଭୁପତ ସିଂହଙ୍କ ମୃତ୍ୟୁ ହୋଇ ଜନ୍ମ ହୋଇଥିଲା ଡାକୁ ଭୁପତ୍। ଜେଲରୁ ଖସିବା ପରେ ଭୁପତ୍ କରିଥିଲେ ପ୍ରଥମ ହତ୍ୟା । ଏହି ସମୟରେ ତାଙ୍କ ଦଳରେ ଥିଲେ କେବଳ ତିନି ଜଣ ଥିଲେ । ପରେ ସେ ଅପରାଧ ଦୁନିଆରେ ନିଜ ଦବଦବା ଜାହିର କରିଥିଲେ। ଅତ୍ୟାଚାରୀଙ୍କୁ ଲୁଣ୍ଠନ ଓ ହତ୍ୟା କରୁଥିବା ଭୁପତ , ନିଜ ଦଲର  ବିଶ୍ୱାସଘାତକଙ୍କୁ ଦେଉନଥିଲେ କ୍ଷମା ।  କାଟିଦେଉଥିଲେ ସେମାନଙ୍କର ନାକ ଓ କାନ । ୪୦ ରୁ ଅଧିକ ବିଶ୍ବାସ ଘାତକ ଭୋଗିଥିଲେ ଏହି ଦଣ୍ଡ।

{"id":765489,"sizeSlug":"full","linkDestination":"none"}

ଲୁଣ୍ଠନ ଓ ହତ୍ୟା ଲାଗି ଭୂପତଙ୍କୁ ବିକୃତ ମାନସିକତାର ମଣିଷ କୁହାଯାଉଥିଲା, କିନ୍ତୁ ମହିଳା ମାନେ ତାଙ୍କୁ କରୁଥିଲେ ପ୍ରଶଂସା । କାରଣ ଡାକୁ ହେବା ପରେ ବି ସେ ମହିଳାଙ୍କୁ କରୁଥିଲେ ସମ୍ମାନ । ଲୁଣ୍ଠନ ସାମଗ୍ରୀରୁ ବହୁ ବାଗ ସେ ଗରିବଙ୍କୁ ଦେଉଥିଲେ । ଦରିଦ୍ର ଅସହାୟଙ୍କ ଲାଗି ଥିଲେ କୋମଳ । ୧୯୪୭ରେ ସ୍ୱାଧୀନତା ପରେ ସମଗ୍ର ଦେଶରେ ସାମ୍ପ୍ରଦାୟିକ ଦଙ୍ଗା ଆରମ୍ଭ ହୋଇଥିଲା। ଏହି ସମୟରେ ଭୁପତ ଏବଂ ତାଙ୍କ ସାଥୀ ଶହ ଶହ ମହିଳାଙ୍କ ସମ୍ମାନ ରକ୍ଷା କରିଥିଲେ। ଏହି କାରଣରୁ ତାଙ୍କ ନିଷ୍ଠୁର କାରନାମାର ଇତିହାସକୁ  ଭୁଲିଯାଇଥିଲେ ସମସ୍ତେ ।

{"id":765490,"sizeSlug":"full","linkDestination":"none"}

ଦେଶ ସ୍ୱାଧୀନ ହେବା ପରେ ଭୁପତଙ୍କ ଲୁଣ୍ଠନ ବି ଥିଲା ଚରମ ସୀମାରେ। କିନ୍ତୁ ଭୁପତଙ୍କୁ ଧରିପାରୁନଥିଲା ପୋଲିସ। ଏହି କଥାରେ ସୌରାଷ୍ଟ୍ର ଗୃହମନ୍ତ୍ରୀ ରସିକ୍ ଲାଲ ରାଗିଯାଇ, ପୋଲିସ କର୍ମଚାରୀଙ୍କ ବେତନ  ୨୫ ପ୍ରତିଶତ କମ୍ କରିଦେଇଥିଲେ। ତତାପି ପୋଲିସ ହୋଇ ନଥିଲା ସଫଳ, ଧରାପଡିନଥିଲା ଭୂପତ । କିନ୍ତୁ ଓଲଟିଲା ଘଟଣା,କିଛିମାସ ପରେ ରସିକଲାଲଙ୍କୁ ଭୁପତଙ୍କ ଧମକ ପରେ ପୋଲିସ ପାଇଥିଲେ ସମ୍ପୂର୍ଣ୍ଣ ଦରମା। 

 ୬୦ଦଶକର ଡାକୁ ଭୁପତ ସିଂହ ନିଜର ତିନି ଖାସ୍ ସାଥୀଙ୍କ ସହ ଚାଲି ଯାଇଥିଲେ ପାକିସ୍ତାନ। କିଛି ସମୟ ପରେ ସେ ଭାରତ ଆସିବାକୁ ଚାହୁଁଥିଲେ। କିନ୍ତୁ ସେ ସମୟରେ ଭାରତ- ପାକିସ୍ତାନ ତିକ୍ତତା ଯୋଗୁ ଏହା ହୋଇଥିଲା ଅସମ୍ଭବ। ପରେ ପାକିସ୍ତାନ ସେନା ତାଙ୍କୁ ଜେଲ୍ ପଠାଇଥିଲେ। ସଜ୍ଜା କାଟିବା ପରେ ସେ ଆଉ ଭାରତ ନ ଆସି ପାକିସ୍ତାନରେ ରହିଥିଲେ। ଇସଲାମ୍ ଧର୍ମ ଗ୍ରହଣ କରି ଜଣେ ମୁସଲିମ୍ ଝିଅକୁ ବିବାହ କରିଥିଲେ। ୨୦୦୬ ମସିହାରେ ସେ ଦୁନିଆକୁ କହିଥିଲେ ଅଲବିଦା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.