ରବର୍ଟ ଭଦ୍ରାଙ୍କୁ ଇଡିର ଜେରା, ସେପଟେ ସିବିଆଇ ଜେରା କଲା କୋଲକାତା କମିଶନରଙ୍କୁ ଆଉ କଲିକତା ପୋଲିସ ଚଢଉ କଲା ସିବିଆଇ ଅଧିକାରୀ ନାଗେଶ୍ବର ରାଓଙ୍କ ପତ୍ନୀଙ୍କ କମ୍ପାନୀ ଉପରେ

Published By : Prameya-News7 Bureau | February 09, 2019 IST

ନୂଆଦିଲ୍ଲୀ ୯|୨:  ପୁଣି ଆଜି ଇଡିରେ ହାଜର ହେଲେ ରବର୍ଟ ଭଦ୍ରା । ବେଆଇନ ସମ୍ପତ୍ତି ଠୁଳ ମାମଲାରେ ଲଗାତର ତୃତୀୟ ଦିନ ପାଇଁ ସେ ଜେରାର ସମ୍ମୁଖୀନ ହୋଇଛନ୍ତି । ବ୍ରିଟେନ୍‌ରେ ସେ ସମ୍ପତ୍ତି କେମିତି ଠୁଳ କଲେ ସେନେଇ ଇଡି ଜେରା କରୁଛି । ସେପଟେ ଚିଟ୍‌ଫଣ୍ଡ ମାମଲାରେ କୋଲକାତା ପୋଲିସ କମିଶନର ରାଜୀବ କୁମାରଙ୍କୁ ଜେରା କରିଛି ସିବିଆଇ । ଶିଲଂ ସିବିଆଇ କାର୍ଯ୍ୟାଳୟରେ ରାଜୀବଙ୍କୁ ପଚରାଉଚରା ଚାଲିଛି ।

{"id":83654}

ରବର୍ଟ ଭଦ୍ରାଙ୍କୁ ଘନଘନ ଜେରା । ଦିଲ୍ଲୀ ଇଡି କାର୍ଯ୍ୟାଳୟରେ ଆଜି ପୁଣି ହାଜର ହୋଇଛନ୍ତି ସୋନିଆ ଗାନ୍ଧିଙ୍କ ଜ୍ବାଇଁ ତଥା ପ୍ରିୟଙ୍କାଙ୍କ ପତି  । ବେଆଇନ ସଂପତ୍ତି ଠୁଳ ଓ ମନି ଲଣ୍ଡ୍ରିଂ ମାମଲାରେ ଇଡି ଜେରାର ସାମ୍ନା କରିଛନ୍ତି ଭଦ୍ରା । ଆଜି ଥିଲା ତୃତୀୟ ଜେରା। ଏହା ପୂର୍ବରୁ ବୁଧବାର ଏବଂ ଗୁରୁତବାର ଇଡି ସାମ୍ନାରେ ସେ ହାଜର ହୋଇଥିଲେ। ବ୍ରିଟେନରେ ପାଖାପାଖି ୧୨ ମିଲିୟନ ପାଉଣ୍ଡର ଅଚଳାଚଳ ସଂପତ୍ତି ରବର୍ଟ ଭଦ୍ରା କେମିତି ଠୁଳ କଲେ?   ଏନେଇ ଇଡି ଜେରା କରିଛି । ହେଲେ ରବର୍ଟ ଇଂଲଣ୍ଡରେ ତାଙ୍କର ସମ୍ପତ୍ତି ନଥିବା କହି ଆସୁଛନ୍ତି । ରାଜନୈତିକ ଉଦ୍ଦେଶ୍ୟ ରଖି ତାଙ୍କୁ ଟାର୍ଗେଟ୍ କରାଯାଉଛି ବୋଲି ସେ କହିଛନ୍ତି।  ବୁଧବାର ଠାରୁ ଆଜି ପର୍ଯ୍ୟନ୍ତ ଭଦ୍ରାଙ୍କୁ ୧୧ ଘଣ୍ଟା ଜେରା କରିସାରିଲାଣି ଇଡି । ବେଆଇନ ସଂପତ୍ତି ଠୁଳ ମନି ଲଣ୍ଡ୍ରିଂ ମାମଲାରେ ରବର୍ଟଙ୍କ ସହ ସୁମିତ ଚଢା, ସଂଜୟ ଭଣ୍ଡାରି ଏବଂ ମନୋଜଙ୍କ ନାଁ ସାମ୍ନାକୁ ଆସିଛି  । ରବର୍ଟଙ୍କୁ ନେଇ ରାଜନୀତି ବି କିଛି କମ୍‌ ନୁହେଁ ।  

{"id":83655}

ସେପଟେ ଚିଟପଣ୍ଡ ମାମଲାରେ କୋଲକାତା ପୋଲିସ କମିଶନର ରାଜୀବ କୁମାରଙ୍କୁ ଜେରା କରିଛି ସିବିଆଇ।  ଶିଲଂ ସିବିଆଇ କାର୍ଯ୍ୟାଳୟରେ ରାଜୀବଙ୍କୁ ପଚରାଉଚରା ହୋଇଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଶିଂଲ ସିବିଆଇ କାର୍ଯ୍ୟାଳୟରେ ପହଞ୍ଚିଥିଲେ ରାଜୀବ କୁମାର । ତାଙ୍କ ସହ କୋଲକାତା ପୋଲିସର ୨ ଅଧିକାରୀ ଓ ଜଣେ ଓକିଲ ମଧ୍ୟ ପହଞ୍ଚିଥିଲେ । ତେବେ ରାଜୀବ କୁମାର କାର୍ଯ୍ୟାଳୟରେ ପହଞ୍ଚିବା ପରେ ତାଙ୍କ ସହ ଆସିଥିବା ଅଧିକାରୀଙ୍କୁ ବାହାରିଯିବାକୁ କୁହାଯାଇଥିଲା । ଏହାପରେ ସାରଦା ଚିଟ୍ ଫଣ୍ଡ ମାମଲାରେ ତାଙ୍କୁ ସିବିଆଇ ଜେରା କରିବା ଆରମ୍ଭ କରିଛି ।

{"id":83656}

ଏପଟେ ସିବିଆଇର ପୂର୍ବତନ ନିର୍ଦ୍ଦେଶକ ନାଗେଶ୍ବର ରାଓଙ୍କ ପତ୍ନୀଙ୍କ କୋଲକାତା ସଲ୍ଟଲେକ୍‌ରେ ଥିବା ଆଞ୍ଜେଲିନା ପ୍ରାଇଭେଟ୍ ଲିମିଟେଡ୍‌ ଉପରେ କୋଲକାତା ପୋଲିସ ଚଢାଉ କରିଛି । ଏହି କଂପାନୀ ସହିତ ନାଗେଶ୍ବର ରାଓଙ୍କ ପତ୍ନୀଙ୍କ କୌଣସି ବେନିୟମ ଅର୍ଥ ଦେଣନେଣ ଥିବା ନେଇ ଏହି ଚଢାଉ ହୋଇଥିବା କୁହାଯାଉଛି । ସିବିଆଇ, କୋଲକାତା ପୋଲିସ ମୁଖ୍ୟଙ୍କ ବାସଭବନରେ ପଶିବା ପରଠାରୁ କୋଲକାତା ପୋଲିସ ଓ ସିବିଆଇ ମଧ୍ୟରେ ଛକାପଞ୍ଝା ଲାଗି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.