କୋଣାର୍କ-ପୁରୀ ବେଳାମାର୍ଗ ରାସ୍ତାରେ ପର୍ଯ୍ୟଟକଙ୍କୁ ଡକାୟତି; ୨ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | September 01, 2022 IST

କୋଣାର୍କ ୦୧/୦୯: କୋଣାର୍କ ପୁରୀ ବେଳାମାର୍ଗ ରାସ୍ତା ଏବେ ଅସୁରକ୍ଷିତ ପାଲଟିଛି। ଏବେ କୋଣାର୍କ ପୁରୀ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ ଏହି ରାସ୍ତାରେ ନିଜକୁ ଅସୁରକ୍ଷିତ ମଣଉଛନ୍ତି। ପର୍ଯ୍ୟଟକମାନେ ବହୁ ସମୟରେ ଚୋରି ରାହାଜାନୀ ଲୁଟ୍‌ର ଶୀକାର ହେଉଛନ୍ତି। ଖବର ଅନୁସାରେ, ଗତକାଲି ପିପିଲିରୁ ୨ ପୁଅ, ଝିଅ ପୁରୀ ବୁଲିବାକୁ ଆସି କୋଣାର୍କ ଫେରିବାବେଳେ ଲିଆଖିଆ ବ୍ରିଜ ପାଖରେ ୨ ଦୁର୍ବୃତ୍ତତାଙ୍କୁ ଅଟକାଇଥିଲେ। ପରେ ସେମାନଙ୍କୁ ମାଡ଼ ମାରି ତାଙ୍କଠାରୁ ମୋବାଇଲ ଓ ନଗଦ ୩୦୦୦ ଟଙ୍କା ଛଡ଼ାଇ ନେଇ ସେଠାରୁ ପଳାଇଥିଲେ।

ପରେ ଏନେଇ ଦୁଇଜଣ ରାମଚଣ୍ଡୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପରେ ତୁରନ୍ତ ରାମଚଣ୍ଡୀ ଥାନା ଅଧିକାରୀ ନାରାୟଣ ଲେଙ୍କା ଓ ସେମାନଙ୍କ ୫ଜଣିଆ ଟିମ୍ ମିଳିତ ଭାବରେ ଚଢ଼ଉ କରିବା ସହ ଚୋରି ମୋବାଇଲି ଟ୍ରାପ କରି ଦୁଇଜଣଙ୍କୁ ଧରିଥିଲେ। ସେମାନଙ୍କ ଠାରୁ ପୋଲିସ ମୋବାଇଲ ସହିତ ୩୦୦୦ଟଙ୍କା ଜବତ କରିଛି।  ଗୁରୁବାର ରାମଚଣ୍ଡୀ ଥାନା ଅଭିଯୋଗ ନମ୍ବର ୮୬/୨୦୨୨ ମୂଳେ ୩୯୪ ଦଫାରେ ସେମାନଙ୍କୁ ପୋଲିସ ଆଜି କୋର୍ଟ ଚାଲଣ କରିଛି। ଏପରି ଘଟଣାକୁ ନେଇ କୋଣାର୍କ ବୁଲିଆସିଥିବା ପର୍ଯ୍ୟଟକମାନଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତୁରନ୍ତ ଏଦିଗରେ ପୁରୀ ଆରକ୍ଷୀ ଅଧିକ୍ଷକ ଧ୍ୟାନ ଦେବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।

ଗିରଫ ୨ ଅଭିଯୁକ୍ତଙ୍କ ପରିଚୟ ବିଜୁ ଓରଫ ବିଜୟ କୁମାର ବେହେରା (୩୦), ବୁଟୁ ଓରଫ ବଟକୃଷ୍ଣ ବେହେରା (୨୬)  ବୋଲି ଜଣାପଡ଼ିଛି। ଏମାନେ ଟିକନା ଗାଁର ବାସିନ୍ଦା। ପୂର୍ବରୁ ସେମାନଙ୍କ ନାଁରେ ଚୋରି ରାହାଜାନୀ ଲୁଟ୍ ମାମଲା ରହିଛି ବୋଲି ରାମଚଣ୍ଡୀ ଥାନା ଅଧିକାରୀ ନାରାୟଣ ଲେଙ୍କା କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.