ପେଟ୍ରୋଲ ପମ୍ପ ପରିଚାଳକଙ୍କ ଠାରୁ ଲୁଟ୍‌; ବନ୍ଧୁକ ଦେଖାଇ ଲୁଟିନେଲେ ୪ ଲକ୍ଷ ଟଙ୍କା

Published By : Prameya-News7 Bureau | August 08, 2022 IST

ଢେଙ୍କାନାଳ ୦୮/୦୮: ପେଟ୍ରୋଲ ପମ୍ପ ପରିଚାଳକଙ୍କୁ ମାଉଜର ଦେଖାଇ ଲୁଟିନେଲେ ୪ଲକ୍ଷ୬୦ହଜାର ଟଙ୍କା। ଢେଙ୍କାନାଳ ଜିଲ୍ଲା କାଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ ବିରାଶାଳ ଓଡିଶା ଗ୍ରାମ୍ୟବ୍ୟାଙ୍କ ଶାଖାରୁ ମାତ୍ର ୫ ଶହ ମିଟର ଦୂରରେ ଏପରି ଅପରାଧ ଘଟିଛି। ବିରାଶାଳ ଅଞ୍ଚଳରେ ଥିବା ଶାନ୍ତିଲତା ଫିଲିଙ୍ଗ ଷ୍ଟେସନ ନାମକ ଏକ ପେଟ୍ରୋଲ ପମ୍ପ  ମ୍ୟାନେଜର ଦୀପକ ପୃଷ୍ଟି ସ୍ଥାନୀୟ ଓଡିଶା ଗ୍ରାମ୍ୟ ବ୍ୟାଙ୍କକୁ ଟଙ୍କା ଜମା କରିବାକୁ ଯିବାବେଳେ ତାଙ୍କୁ ଦୁଇଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ତାଙ୍କ ଟଙ୍କା ବ୍ୟାଗକୁ ଛଡ଼ାଇ ନେଇଛନ୍ତି। ସେହି ବ୍ୟାଗରେ ପେଟ୍ରୋଲ ପମ୍ପର ୪ ଲକ୍ଷ ୬୪ ହଜାର ଟଙ୍କା ଥିଲା ବୋଲି ଜଣାପଡିଛି।

{"id":668148,"width":576,"height":317,"sizeSlug":"full","linkDestination":"none"}

ଖବର ଅନୁସାରେ, ବିରାଶାଳ ରହଣିରେ ଥିବା ଶାନ୍ତିଲତା ଫିଲିଙ୍ଗ ଷ୍ଟେସନରୁ ପରିଚାଳକ ଦୀପକ ଟଙ୍କା ନେଇ ବ୍ୟାଙ୍କ ଯାଉଥିବା ବେଳେ ପଛରୁ ଏକ କଳା ପଲଶରରେ ଦୁଇଜଣ ଦୁର୍ବୃତ୍ତ ତାଙ୍କୁ ପିଛା କରି ଯାଇଥିଲେ। ତେବେ ଵ୍ୟାଙ୍କରୁ ୫ଶହ ମିଟର ଦୂରରୁ ତାଙ୍କୁ ଅତର୍କିତ ଭାବେ ତାଙ୍କୁ ଅତିକ୍ରମ କରି ଅଟକାଇଥିଲେ। ପରେ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ମାରିଦେବାର ଧମକ ଦେଇଥିଲେ। ଦୁର୍ବୁତ୍ତ ଦୁଇଜଣ ହେଲମେଟ ଓ ମୁଖା ପିନ୍ଧିଥିଲେ। ପରେ ସେମାନେ ଦୀପକଙ୍କ ଠାରୁ ଟଙ୍କା ଭର୍ତ୍ତି ବ୍ୟାଗକୁ ଛଡ଼ାଇ ନେଇ ଆଖି ପିଛୁଳାକେ ଟାଟା ମାଇନ୍ସ ଆଡକୁ  ଫେରାର ହୋଇଯାଇଛନ୍ତି। ଖବର ପାଇ ଘଟଣା ସ୍ଥଳରେ କାଙ୍କଡ଼ାହାଡ଼ ପୋଲିସ ଓ କାମାକ୍ଷାନଗର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.