କଟକ ସହରରେ ମାତିଛନ୍ତି ଲୁଟେରା ଗ୍ୟାଙ୍ଗ୍, ରାତି ଅଧରେ ଘର ସାମ୍ନାରୁ ଲୁଟିନେଲେ ବାଇକ୍ ଓ ସ୍କୁଟି

Published By : Prameya-News7 Bureau | February 28, 2024 IST

କଟକ ୨: କଟକ ସହରରେ ମାତିଛନ୍ତି ବାଇକ୍ ଲୁଟେରା ଗ୍ୟାଙ୍ଗ୍ । ରାତି ଅଧରେ ଘର ସାମ୍ନାରୁ ଲୁଟେରାମାନେ ଲୁଟି ନେଉଛନ୍ତି ବାଇକ୍ ଓ ସ୍କୁଟି । ଯାହାକୁ ନେଇ କଟକ ସହରବାସୀଙ୍କ ମଧ୍ୟରେ ଚୋରିର ଭୟ ସୃଷ୍ଟି ହୋଇଛି । ଅନ୍ୟପଟେ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଟିମ୍ କରି ଏହି ଲୁଟେରାମାନଙ୍କୁ ଧରିବା ପାଇଁ ପ୍ରୟାସ ଜାରି ରହିଥିବା କଥା କହିଛନ୍ତି ଅତିରିକ୍ତ ଡିସିପି ।

ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି, କେମିତି ଲୁଟେରା ଆସି ରାତି ଅଧରେ ଅତି ସହଜରେ ଘର ସାମ୍ନାରୁ ଲୁଟି ନେଇଛନ୍ତି ବାଇକ । କଟକ ସହରର ଝାଞ୍ଜିରମଙ୍ଗଳା, ପାଲାମଣ୍ଡପ ଆଦି ଅଞ୍ଚଳରେ ଏଭଳି ଲୁଟ୍ ଘଟଣା ଦେଖିବାକୁ ମିଳିଛି । କେବଳ ଏହି ଅଞ୍ଚଳ ନୁହେଁ । ବରଂ କଟକ ସହରର ଅନେକ ଅଞ୍ଚଳରେ ସମାନ ଢ଼ଙ୍ଗରେ ବାଇକ୍ ଲୁଟେରାମାନେ ରାତି ଅଧରେ ଆସି ଘର ବାହାରେ ରଖାଯାଇଥିବା ଗାଡ଼ି ଗୁଡ଼ିକୁ ଲୁଟି ନେଉଛନ୍ତି ।

ଫେବୃୟାରୀ ମାସରେ କଟକ ସହରର ବିଭିନ୍ନ ଅଞ୍ଚଳରେ ପ୍ରାୟ ୧୫ଟି ଗାଡ଼ି ଚୋରିର ଅଭିଯୋଗ ବିଭିନ୍ନ ଥାନାକୁ ଆସିଛି । ଯେହେତୁ କଟକ ସହରରେ ବିଭିନ୍ନ ସ୍ଥାନର ଅଭାବ ରହିଥାଏ ତେଣୁ ଘର ବାହାରେ ସମସ୍ତେ ଦୁଇ ଚକିଆ ଗାଡ଼ିଗୁଡ଼ିକୁ ପାର୍କିଂ କରିଥାଆନ୍ତି । ଏହି ଗାଡ଼ି ଗୁଡ଼ିକୁ ବିଶେଷ କରି ରାତି ଅଧରେ ଲୁଟେରାମାନେ ଟାର୍ଗେଟ୍ କରି ଲୁଟ କରିଥାଆନ୍ତି । କଟକ ଝାଞ୍ଜିର ମଙ୍ଗଳା ଅଞ୍ଚଳରେ ଦୁଇ ଦିନ ଅନ୍ତରାଳରେ ଦୁଇଟି ବାଇକ୍ ଚୋରି ହୋଇଥିଲା । ସେହିଭଳି ପାଲାମଣ୍ଡପ ଅଞ୍ଚଳରେ ଗୋଟିଏ ଲୁଟେରା ବାଇକ୍ ଚୋରି କରିବାକୁ ଚେଷ୍ଟା କରୁଥିବା ବେଳେ ସଫଳ ନହେବାରୁ ସେଠାରୁ ଫେରାର ହୋଇଯାଇଥିବାର ଭିଡିଓ ମଧ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା । ଏହି ଚୋରି ଘଟଣା ଏବେ କଟକବାସୀଙ୍କ ମନରେ ଭୟ ସୃଷ୍ଟି କରିବାରେ ଲାଗିଛି । ବିଶେଷ କରି ରାତି ୨ଟାରୁ ୪ଟା ମଧ୍ୟରେ ଲୁଟ୍ ଗୁଡ଼ିକ ହେଉଛି । ପୋଲିସ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଚୋରି ହୋଇଥିବା ଗାଡ଼ି ମାଲିକମାନେ ଦାବି କରିଛନ୍ତି ।

ଅନ୍ୟପଟେ ବିଭିନ୍ନ ଅଞ୍ଚଳରୁ ବାଇକ୍ ଚୋରି ହେଉଥିବାର ଅଭିଯୋଗ କଟକର ପୋଲିସ ଥାନାରେ ହୋଇଛି । ବିଭିନ୍ନ ସମୟରେ ପୋଲିସ ବିଭିନ୍ନ ଲୁଟେରା ଗ୍ୟାଙ୍ଗକୁ ଧରୁଛି । ଏହି ବାଇକ୍ ଲୁଟ୍ କରୁଥିବା ଅପରାଧୀମାନଙ୍କୁ ଧରିବା ପାଇଁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ ପୋଲିସ କରୁଥିବା କଥା ଅତିରିକ୍ତ ଡିସିପି ଅନିଲ କୁମାର ମିଶ୍ର କହିଛନ୍ତି ।

You Can Read :

wp:embed {"url":"https://www.prameyanews7.com/president-droupadi-murmu-reaches-mayurbhanjs-khiching/","type":"wp-embed","providerNameSlug":"prameya-news-7"}
https://www.prameyanews7.com/president-droupadi-murmu-reaches-mayurbhanjs-khiching/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.