ମାତିଲେ ଲୁଟେରା, ପୁଣି ରାଜଧାନୀରେ ବଡ଼ ଧରଣର ଲୁଟ୍‌

Published By : Prameya-News7 Bureau | February 20, 2024 IST

ଭୁବନେଶ୍ବର: ମାତିଲେ ଲୁଟେରା, ପୁଣି ରାଜଧାନୀରେ ବଡ଼ ଧରଣର ଲୁଟ୍‌। ଏଥର ଚନ୍ଦକାରେ ଆତଙ୍କ ଖେଳାଇଲେ ଲୁଟେରା। ସୂଚନା ଅନୁଯାୟୀ, ଚନ୍ଦକା ବିଡିଏ ହାଉସିଂ ୨୦୧ ନମ୍ଵର୍ ଘରୁ ଲୁଟ୍‌ ହୋଇଛି। ଲୁଟେରା ପ୍ରାୟ ଅଢେଇ ଲକ୍ଷ ଟଙ୍କା ସହ ସୁନା-ରୂପା ଗହଣା ଲୁଟିନେଇଛନ୍ତି। ତେବେ ଘଟଣାସ୍ଥଳରେ ଚନ୍ଦକା ପୋଲିସ୍‌ ଛାନଭିନ ଆରମ୍ଭ କରିଛି।

ସୂଚନାଥାଉକି, ବିଗତ କିଛି ମାସରୁ ରାଜଧାନୀରେ ବିଭିନ୍ନ ଅଞ୍ଚଳରେ ଲୁଟ୍‌ ଘଟଣା ସାମ୍ନାକୁ ଆସୁଛି। ଏମିତିକି ସୁରକ୍ଷା ବ୍ୟବସ୍ଥା ଥବା ବଡ଼ ବଡ଼ ଆପର୍ଟମେଣ୍ଟରେ ମଧ୍ୟ ଲୁଟେରାମାନେ କଳାକନା ବୁଲାଇ ଦେଉଛନ୍ତି। ଆଉ ଏଭଳି ଭାବରେ ହେଉଥିବା ଲୁଟ୍‌ ପୋଲିସ୍ ପାଇଁ ମଧ୍ୟ ମୁଣ୍ଡବିନ୍ଧାର କାରଣ ପାଲଟିଛି।

ଆହୁରି ପଢ଼ନ୍ତୁ: ଇସ୍କନ ମନ୍ଦିର ସମ୍ମୁଖରୁ ଯୁବତୀଙ୍କ ମୋବାଇଲ ଝାମ୍ପିନେଲେ ଲୁଟେରା, CCTVରେ କଏଦ ହେଲା ଲୁଟ୍‌ର ଦୃଶ୍ୟ

ଉଲ୍ଲେଖଯୋଗ୍ୟ, ଗତ ରବିବାର ଭୁବନେଶ୍ୱର କପିଳପ୍ରସାଦ କେଳୁଚରଣ ଲେନ୍‌ ୫ରେ ଏକ ବନ୍ଦ ଘରୁ ଲୁଟ୍‌ କରିଥିଲେ ଲୁଟେରା। ଲୁଟେରାମାନେ ଝରକା ତାଡ଼ି ଲକ୍ଷାଧିକ ଟଙ୍କାର ସୁନା ଓ ରୂପା ଗହଣା ଲୁଟି ନେଇଥିଲେ । ତେବେ ଝରକା ଭଙ୍ଗା ଯାଇଥିବା ଦେଖି ପ୍ରଥମେ ପୋଲିସକୁ ଖବର ଦେଇଥିଲେ ପଡୋଶୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.