CCTVରେ କଏଦ ହେଲା ଲୁଟ୍ର ଲାଇଭ୍, ଦେଖନ୍ତୁ କେମିତି ଦୋକାନ ତାଲା ଭାଙ୍ଗି କଳାକନା ବୁଲାଇଲେ ଲୁଟେରା
16/08/2020 at 6:48 PM

ପୁରୀ ୧୬।୮: ଲୁଟ୍ ର ଲାଇଭ୍ ଭିଜୁଆଲ । ପୁରୀରେ ପୁଣି ଥରେ ତାଲା ଭାଙ୍ଗି ଚୋରଙ୍କ ଆତଙ୍କ । ଗତ କିଛିଦିନ ଭିତରେ ପୁରୀ ସହରରେ ବିଭିନ୍ନ ଦୋକାନରୁ ସଟର ତାଡି ଚୋରୀ ଏବଂ ଶନିବାର କୁମ୍ଭାରପଡା ଥାନା ଅନ୍ତର୍ଗତ ଗୋପବନ୍ଧୁ ଲେନରେ ଥିବା ରମେଶ ପାତ୍ରଙ୍କ ଗ୍ରୋସରୀ ଦୋକାନ ତାଲା ଭାଙ୍ଗି ୨୦ ହଜାର ଟଙ୍କା ଚୋରୀ କରିଛନ୍ତି ଦୁର୍ବୃତ୍ତ । ଚୋର ତାଲା ଭାଙ୍ଗି ଭିତରେ ପଶିବା ଏବଂ କ୍ୟାସ୍ ଡ୍ରରୁ ଟଙ୍କା ନେବା ଭଳି ପ୍ରତିଟି ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।
ଶନିବାର ରାତି ୯ଟା ୩୦ମିନିଟ୍ ସମୟରେ ଦୁଇଜଣ ଲୁଟେରା ଦୋକାନ ନିକଟକୁ ଆସି ତାଲା ଭାଙ୍ଗିଥିଲେ। ତାପରେ ଭିତରକୁ ସିଧାସଳଖ କ୍ୟାସ ଡ଼୍ର ନିକଟରେ ପହଞ୍ଚି ଜଣେ ଲୁଟେରା କ୍ୟାସରୁ ସବୁ ଟଙ୍କା ନେଇ ଫେରାର ହୋଇଯାଇଥିବା ସିସିଟିଭିରେ କଏଦ ହୋଇଛି । ଘଟଣାକୁ ନେଇ ରମେଶ କୁମ୍ଭାରପଡ଼ା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଆସି ତଦନ୍ତ ଆରମ୍ଭ କରିବା ସହ ସିସିଟିଭି ଫୁଟେଜ ଯାଞ୍ଚ କରିଛି ।
କ୍ୟାମେରା ସାମ୍ନାରେ କୁମ୍ଭାରପଡ଼ା ଆଇଆଇସି ଘଟଣା ସଂପର୍କରେ କିଛି କହିନଥିବା ବେଳେ କରୋନା ସମୟରେ ଏଭଳି ଚୋରୀ ତାଙ୍କ ଅଣ୍ଟା ଭାଙ୍ଗି ଦେଇଛି । ପୋଲିସ ତୁରନ୍ତ ଏଭଳି ଚୋରଙ୍କୁ ଗିରଫ କରିବା ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରମେଶ ଦାବି କରିଛନ୍ତି।