ଦିନ ଦ୍ବିପ୍ରହରରେ ଲୁଟେରାଙ୍କ ଉତ୍ପାତ, ଯୁବତୀଙ୍କ ବେକରୁ ଝାମ୍ପିଲେ ଚେନ୍
18/01/2023 at 9:09 PM

ଜି.ଉଦୟଗିରି, ୧୮/୦୧: ଦିନ ଦ୍ୱିପ୍ରହରରେ ଯୁବତୀଙ୍କ ଠାରୁ ଲୁଟ୍ ଉଦ୍ୟମ। ବୁଧବାର ଜି. ଉଦୟଗିରି ଇଲେକ୍ଟ୍ରି ଅଫିସ୍ ଛକ ନିକଟରେ ଯୁବତୀଙ୍କ ଠାରୁ ଚେନ୍ ଲୁଟ୍ ଉଦ୍ୟମ କରି ବିଫଳ ହୋଇଛନ୍ତି ଦୁର୍ବୁତ୍ତ।
ସୂଚନା ଅନୁଯାୟୀ, ଦିନ ୧.୩୦ ମିନିଟ୍ ସମୟରେ ମା’ଙ୍କ ସହ ଘରକୁ ଫେରୁଥିବା ଅମ୍ରିତା ପ୍ରଧାନଙ୍କଠାରୁ ଚେନ୍ ଲୁଟ୍ କରିବାକୁ ଉଦ୍ୟମ କରିଥିଲେ ଦୁର୍ବୁତ୍ତ। ଦୁଇ ଜଣ ଯୁବକ ଏକ ପଲସର ବାଇକ୍ରେ ଆସି ଅମ୍ରିତାଙ୍କଠାରୁ ଚେନ୍ ଛିଣ୍ଡାଇନେବାକୁ ଉଦ୍ୟମ କରିଥିଲେ। ତେବେ ଯୁବତୀ ଜଣଙ୍କ ସାହସିକତା ଦେଖାଇଥିଲେ ଏବଂ ଚେନ୍ ନେବାକୁ ଦେଇନଥିଲେ। ଚେନ୍ଟି ଖଣ୍ତ ଖଣ୍ତ ହୋଇଯାଇ ଯୁବତୀଙ୍କ ହାତରେ ରହିଯାଇଥିଲା। ଫଳରେ ବିଫଳ ହୋଇ ବାଇକ୍ ଲୁଟେରା ମାନେ ସେଠାରୁ ଫେରାର୍ ହୋଇଯାଇଥିଲେ। ଲୁଟେରାମାନେ ହେଲମେଟ୍ ସହିତ ମାସ୍କ ଲଗାଇଥିବା କହିଛନ୍ତି ଅମ୍ରିତା।
ସେପେଟ ଦିନ ଦ୍ୱିପ୍ରହରରେ ଏଭଳି ଘଟଣା ଘଟିବାକୁ ନେଇ ଭୟ ଦେଖିବାକୁ ବେଳେ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଏହିଭଳି ଅସାମାଜିକ ଯୁବକମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ ବୋଲି କହିଛନ୍ତି ବରିଷ୍ଠ ଆଇନଜୀବୀ ରମେଶ ବେହେରା। ଏଭଳି ଘଟଣା ଏବେ ପୋଲିସ୍ ପାଇଁ ଚାଲେଞ୍ଜ ପାଲଟିଛି। ସହରରେ ସିସିଟିଭି ବ୍ୟବସ୍ଥା ଶୀଘ୍ର ସାରିବାକୁ ଦାବି ହୋଇଛି।