scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମଦୁଆଙ୍କ ଗାଡ଼ି ଧକ୍କାରେ ଜଣେ ମୃତ; କ୍ଷତି ପୁରଣ ଦାବିରେ ମରଶରୀର ରଖି ରାସ୍ତାରୋକ

9/08/2022 at 4:26 PM

ଭୁବନ ୦୯/୦୮: ସୋମବାର ରାତିରେ ମଦୁଆଙ୍କ ଗାଡ଼ି ଧକ୍କାରେ ମୃତ୍ୟୁବରଣ ବିଦ୍ୟାଧର ନାୟକ ନାମକ ଜଣେ ବ୍ୟକ୍ତି  ମୃତ୍ୟୁ ବରଣ କରିଛନ୍ତି। ବିଦ୍ୟାଧରଙ୍କ ମର ଶରୀର ରଖି ତାଙ୍କ ପରିବାର ଓ ଗାଁ ଲୋକ  ରାସ୍ତା ଅବରୋଧ କରିଛନ୍ତି। ଫଳରେ ଢେଙ୍କାନାଳ ରାସ୍ତାରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ଏପରି ଘଟଣା ଦେଖିବାକୁ ମିଳିଛି ଭୁବନ ଥାନା ଅନ୍ତର୍ଗତ ପୁରୁଷୋତ୍ତମପୁର ଗାଁ ରାସ୍ତାରେ ଦେଖିବାକୁ ମିଳିଛି। ଖବର ଅନୁସାରେ, ଗତକାଲି ରାତି ୯ଟାରେ ବିଦ୍ୟାଧର ନାୟକ (୪୪) ଶୌଚ ପାଇଁ ପୋଖରୀକୁ ଯିବା ସମୟରେ ଦୁଇଟି ବାଇକରେ ଆସୁଥିବା ମଦୁଆ ତାଙ୍କୁ ଧକ୍କା ଦେଇଥିଲେ। ଗାଁ ଛକରୁ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ମଦୁଆଙ୍କୁ ଧରିବା ସହିତ ଗୁରୁତର ବିଦ୍ୟାଧରଙ୍କୁ ଭୁବନ  ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଖବର ପାଇ ଭୁବନ ଥାନା ପୋଲିସ ଦୁଇ ମଦୁଆଙ୍କୁ ଥାନାରେ ଅଟକ ରଖିଛି। ପୋଲିସ ଭୁବନ ଡାକ୍ତରଖାନାରେ ପହଞ୍ଚି ଶବକୁ ଜବତ କରି ଆଜି ସକାଳେ ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। କିନ୍ତୁ ପରିବାର ଓ ଗ୍ରାମବାସୀ କ୍ଷତିପୂରଣ ଦାବିରେ ଗାଁ ଛକ ରାସ୍ତାରେ ଶବ ରଖି ରାସ୍ତାରୋକ କରିଛନ୍ତି। ଏହା ପୂର୍ବରୁ ୯ ବର୍ଷର ଝିଅ ଶ୍ରାବଣୀର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବାବେଳେ ୧୫ ଦିନ ପରେ ଆଉ ଏକ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ହୋଇଛି।

   Related Posts