ରାସ୍ତା ମରାମତି ଦାବି, ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ ଅଞ୍ଚଳବାସୀ

Published By : Prameya-News7 Bureau | July 12, 2022 IST

ଭଦ୍ରକ ୧୨।୦୭ : ସନ୍ଥିଆ ପୋଲ ଯାଏଁ ଉଜ୍ଜଳ ଆଲୋକୀକରଣ ଦାବିରେ ଜିଲ୍ଲାପାଳଙ୍କୁ ଦାବିପତ୍ର । ଭଦ୍ରକ ଜିଲ୍ଲା ପୁରୁଣାବଜାର ଅଞ୍ଚଳର ବହୁ ରାଜନେତା, ବୁଦ୍ଧିଜୀବୀ ଓ ବାସିନ୍ଦା ମାନେ ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବନ୍ଦୋରଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି ।

ଖବର ଅନୁଯାୟୀ, ଭଦ୍ରକ ସହରର କଚେରୀ ଠାରୁ ପୁରୁଣାବଜାର ଅଞ୍ଚଳକୁ ସଂଯୋଗ କରୁଥିବା ରାସ୍ତା ୨୦୨୦ ମସିହାରେ ସନ୍ତିଆ ପୋଲ ଠାରୁ ଉତ୍ତରବାହିନୀ ଯାଏଁ ରାସ୍ତାର ନିର୍ମାଣ ପାଇଁ ଟେଣ୍ଡର ଆହ୍ବାନ କରାଯାଇଥିଲା । ମାନ୍ୟବର ହାଇକୋର୍ଟରେ ଏନେଇ ଅନ୍ତରୀଣ ରହିତାଦେଶ ବଳବତ୍ତର ଥିବାରୁ ସମ୍ପ୍ରସାରଣ କାର୍ଯ୍ୟ ହୋଇପାରୁନାହିଁ । ୨୦୨୧ ମସିହାରେ ଉପରୋକ୍ତ ରାସ୍ତାର ମରାମତି କରିବା ପାଇଁ ପୂର୍ତ୍ତ  ବିଭାଗ ତରଫରୁ ତୁରନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ନିର୍ଦ୍ଦେଶ ଅନୁଯାୟୀ ପୂର୍ତ୍ତ ବିଭାଗ ପକ୍ଷରୁ ଆବଶ୍ୟକୀୟ ପ୍ରଶସ୍ତିକରଣ କାର୍ଯ୍ୟ ଆରମ୍ଭ ହୋଇଥିଲା । କାମ ଆରମ୍ଭ ହେବା ପରେ କେତେକ ଲୋକେ ଜୋର ଜବରଦସ୍ତ, ଗରମ ପିଚୁକୁ ତଳେ ଢାଳିବା ସହ ଚୁଲିରେ ପାଣି ପକେଇ କାର୍ଯ୍ୟକୁ ବନ୍ଦ କରିଥିବା ଅଭିଯୋଗ ହୋଇଛି । ଫଳରେ ସେହି ରାସ୍ତା ମରାମତି କାର୍ଯ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ବନ୍ଦ ରହିଛି । ତେଣୁ ଉକ୍ତ ରାସ୍ତାକୁ ଏକମାତ୍ର ରାସ୍ତା ଭାବେ ବ୍ୟବହାର କରୁଥିବାରୁ ପ୍ରତିଦିନ ବିଭିନ୍ନ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି ପୁରୁଣାବଜାର ଅଞ୍ଚଳର ହଜାର ହଜାର ଅଧିବାସୀ । ଏଣୁ ଯଥାଶୀଘ୍ର ଭଦ୍ରକ ରାସ୍ତା ଓ ଗୃହ ନିର୍ମାଣ ବିଭାଗର ପଦାଧିକାରୀଙ୍କୁ ପୁରୁଣା ବଜାର ରାସ୍ତାର ସ୍ଥାୟୀ ମରାମତି କାର୍ଯ୍ୟ ଓ ପୁରା ରାସ୍ତାରେ ଉଜ୍ଜ୍ବଳ ଅଲୋକୀକରଣ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବାକୁ ଅଧିବାସୀମାନେ ଜିଲ୍ଲାପାଳଙ୍କ ଠାରେ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.