ସଡ଼କ ପରିବହନ ଏବଂ ରାଜପଥ କ୍ଷେତ୍ର ରହିଛି ସର୍ବାଧିକ ବିଳମ୍ବିତ ପ୍ରକଳ୍ପ: ସରକାରୀ ରିପୋର୍ଟ

Published By : Prameya-News7 Bureau | November 27, 2022 IST

ନୂଆଦିଲ୍ଳୀ, ୨୭/୧୧: ଦେଶରେ ସଡ଼କ ପରିବହନ ଏବଂ ରାଜପଥ କ୍ଷେତ୍ରରେ ସର୍ବାଧିକ ବିଳମ୍ବିତ ପ୍ରକଳ୍ପ ରହିଛି। ଆଇପିଏମଡି ଦ୍ବାରା ଦିଆଯାଇଥିବା ଏକ ସଦ୍ୟ ରିପୋର୍ଟ ଅନୁଯାୟୀ ଦେଶରେ ସଡ଼କ ପରିବହନ ଏବଂ ରାଜପଥର ୮୨୬ ପ୍ରୋଜେକ୍ଟ ମଧ୍ୟରୁ ୨୪୩ ବିଳମ୍ବିତ ରହିଛି। ରେଳବାଇର ୧୭୩ ପ୍ରୋଜେକ୍ଟ ମଧ୍ୟରୁ ୧୧୪ ବିଳମ୍ବିତ। ପେଟ୍ରୋଲିୟମ ସେକ୍ଟରରେ ୧୪୨ ରୁ ୮୯ ପ୍ରୋଜେକ୍ଟ ବିଳମ୍ବିତ ରହିଛି।

ପ୍ରକଳ୍ପ କାର୍ଯ୍ୟକାରୀ ସଂସ୍ଥାମାନଙ୍କ ଦ୍ୱାରା ଅନଲାଇନ କମ୍ପ୍ୟୁଟରାଇଜଡ୍ ମନିଟରିଂ ସିଷ୍ଟମ୍ (ଓସିଏମ୍ଏସ୍) ରେ ଦିଆଯାଇଥିବା ସୂଚନାକୁ ଆଧାର କରି, ଭିତ୍ତିଭୂମି ଏବଂ ପ୍ରକଳ୍ପ ମନିଟରିଂ ଡିଭିଜନ୍ (ଆଇପିଏମଡି) କୁ 150 କୋଟିରୁ ଅଧିକ ମୂଲ୍ୟର କେନ୍ଦ୍ରୀୟ କ୍ଷେତ୍ର ଭିତ୍ତିଭୂମି ପ୍ରକଳ୍ପ ଉପରେ ନଜର ରଖିବାକୁ ବାଧ୍ୟତାମୂଳକ କରାଯାଇଛି। ଏହି ଆଇପିଏମଡି ପରିସଂଖ୍ୟାନ ଏବଂ କାର୍ଯ୍ୟାନ୍ବୟନ ମନ୍ତ୍ରାଳୟ ଅଧୀନରେ ଆସୁଛି।

ରିପୋର୍ଟରର୍ ମୁନୀରାବାଦ-ମେହବୁବାନଗର ରେଳ ପ୍ରକଳ୍ପ ସବୁଠୁ ବିଳମ୍ବିତ ପକଳ୍ପ ଭାବରେ ରହିଛି। ଏହା ପ୍ରାୟ ୨୭୬ ମାସ ବିଳମ୍ବିତ ହୋଇ ରହିଛି।ଦ୍ବିତୀୟରେ ଉଦ୍ଧମପୁର-ଶ୍ରୀନଗର-ବାରାମୂଲା ରେଳ ପ୍ରକଳ୍ପ, ଏହା ୨୪୭ ମାସର ବିଳମ୍ବ ହୋଇଛି।ତୃତୀୟରେ ବେଲାପୁର-ସିଉଡ୍-ଅର୍ବାନ ଇଲେକ୍ଟ୍ରିଫାଇଡ୍ ଡବଲ ଲାଇନ୍, ଯାହ ୨୨୮ ମାସ ବିଳମ୍ବିତ ହୋଇଛି।

ଅକ୍ଟୋବର ୨୦୨୨ର ଫ୍ଲାଶ୍ ରପୋର୍ଟ ଅନୁଯାୟୀ, ୧୫୨୧ କେନ୍ଦ୍ରୀୟ ପ୍ରକଳ୍ପ ବିଳମ୍ବିତ ହୋଇ ରହିଛି ଯାହାର ମୂଲ୍ୟ ୧୫୦ କୋଟିରୁ ଉର୍ଦ୍ଧ୍ବ ରହିଛି। ତେବେ ତଥ୍ୟ ସଂଗ୍ରହ ସମୟରେ ୧୦ ପ୍ରକଳ୍ପ ସାମିଲ୍ ହୋଇଥିବାବେଳେ ୯ ପକଳ୍ପ ଶେଷ ହୋଇଛି। ସେହିପରି ୬୪୨ ପ୍ରକଳ୍ପ ସେମାନଙ୍କର ପ୍ରକୃତ ତାରିଖରୁ ବିଳମ୍ବିତ ରହିଛି ଏବଂ ୭୯ ପ୍ରକଳ୍ପରେ ଅତିରିକ୍ତ ତାରିଖ ବଢ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.