ଭୁବନେଶ୍ଵର ୨୩। ୧୧ : ରାଜ୍ୟରେ ବଢ଼ିଛି ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା । ବିଗତ ପାଞ୍ଚ ବର୍ଷର ରେକର୍ଡ ଭାଙ୍ଗିଛି ଗତବର୍ଷର ଦୁର୍ଘଟଣା। ୨୦୨୨ରେ ଯାଇଛି ମୋଟ ୫ ହଜାର ୪୬୭ ଜଣଙ୍କ ଜୀବନ। ଗତ ବର୍ଷ ୧୧,୬୬୩ ଦୁର୍ଘଟଣା ହୋଇଥିବା ବେଳେ ଆହତ ହୋଇଛନ୍ତି ୧୦,୩୦୨ ଜଣ।
wp:embed {"url":"https://www.prameyanews7.com/1-68-lakh-people-killed-in-4-61-lakh-accidents-in-2022/","type":"wp-embed","providerNameSlug":"prameya-news-7"}ଖବର ଅନୁଯାୟୀ, ଗତ ପାଞ୍ଚ ବର୍ଷରେ ମୋଟ ୫୪, ୭୯୦ଟି ସଡ଼କ ଦୁର୍ଘଟଣା ହୋଇଛି। ଯେଉଁଥିରେ ୨୫ ହଜାର ୯୩୪ ଜଣଙ୍କ ଯାଇଛି ଜୀବନ। ଆଉ ଆହତ ହୋଇଛନ୍ତି ୫୧, ୮୭୩ ଜଣ ଲୋକ । ଅନ୍ୟପଟେ ସଡ଼କ ସଚେତନତା ବାବଦକୁ ୫ ବର୍ଷରେ ୭୯ କୋଟି ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ସରକାର। ବିଜେପି ବିଧାୟିକା କୁସୁମ ଟେଟେଙ୍କ ପ୍ରଶ୍ନରେ ବିଧାନସଭାରେ ଉତ୍ତର ଦେଇଛନ୍ତି ପରିବହନ ମନ୍ତ୍ରୀ।
wp:embed {"url":"https://www.prameyanews7.com/sukesh-chandrashekhar-12-luxury-cars-sale/","type":"wp-embed","providerNameSlug":"prameya-news-7"}