ମଣ୍ଡିରେ ପଡିରହିଛି ହଜାର ହଜାର ବସ୍ତା ଧାନ: ଆସୁନାହାଁନ୍ତି ମିଲର୍ସ, ଏଜେଣ୍ଟଙ୍କ ଦେଖା ନାହିଁ

Published By : Prameya-News7 Bureau | January 05, 2022 IST

ଧର୍ମଗଡ ୦୫/୦୧: ମଣ୍ଡିରେ ପଡ଼ିରହିଛି ହଜାର ହଜାର ବସ୍ତା ଧାନ । କଟନୀ ଛଟନୀକୁ ନେଇ ମିଲର୍ସ ଆସୁ ନାହାନ୍ତି କି ଏଜେଣ୍ଟର ଦେଖା ନାହିଁ l ଖୋଲା ଆକାଶ ତଳେ ପଡି ରହିଛି ସୁନାର ଫସଲ । ଦିନରେ ଖରା ଓ ରାତିରେ ଅସହ୍ୟ ଶୀତରେ ଧାନ ବିକିବା ଆଶାରେ ଜଗିରହିଛନ୍ତି ଚାଷୀ ।

wp:gallery {"ids":[569677],"linkTo":"none"} /wp:gallery

କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ମୋଟେର ଜୟପାଟଣା ରାସ୍ତା ରଣମାଳ ଛକ ନିକଟରେ ସକାଳ ୬ ଟାରୁ ଶତାଧିକ ଚାଷୀଙ୍କ ରାସ୍ତା ଅବରୋଧ । ମଣ୍ଡିରେ ଅନେକ ଚାଷୀ ଟୋକେନ କଟିଯିବା ଭୟରେ ୫କେଜି କଟନୀରେ ଧାନ ଦେଇଥିଲେ ହେଲେ ଏବେ ମିଲର୍ସ କ୍ଵଇଣ୍ଟାଲ ପିଛା ୬ ରୁ ୭କେଜି କଟନୀ ପାଇଁ ଜିଦ ଧରି ଥିବାରୁ ଚାଷୀ ଧାନ ଦେଉ ନାହାନ୍ତି । କଟନୀ ଛଟନୀ ଛିଣ୍ଡୁନ ଥିବାରୁ ମଣ୍ଡିରୁ ଧାନ ଉଠାଉ ନ ଥିବା ଅଭିଯୋଗ କରୁଛନ୍ତି ଚାଷୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.