ଆଜି ବିଶ୍ବ ପର୍ଯ୍ୟଟନ ଦିବସ : ରାଜଧାନୀରେ ଆୟୋଜିତ ହେଲା ପଦଯାତ୍ରା ଓ ରୋଡ ସୋ
27/09/2018 at 4:52 PM

ଭୁବନେଶ୍ବର୨୭|୯: ଆଜି ବିଶ୍ବ ପର୍ଯ୍ୟଟନ ଦିବସ । ରାଜଧାନୀରେ ଅନୁଷ୍ଠିତ ହୋଇଛି ପର୍ଯ୍ୟଟନ ପଦଯାତ୍ରା । ରାଜଧାନୀରେ ବିଭିନ୍ନ ରାସ୍ତା ଓ ବଜାର ଛକରେ ଅନୁଷ୍ଠିତ ହୋଇଛି ରୋଡ ସୋ । ଏହା ମାଧ୍ୟମରେ ରାଜ୍ୟର ପର୍ଯ୍ୟଟନ ସ୍ଥଳୀଗୁଡିକର ପ୍ରଚାର ପ୍ରସାର କରିଛି ପର୍ଯ୍ୟଟନ ବିଭାଗ।ପର୍ଯ୍ୟଟନ ଓ ଡିଜିଟାଲ ପରିବର୍ତ୍ତନ ଥିମରେ ପାଳିତ ହୋଇଛି ଚଳିତ ବର୍ଷର ବିଶ୍ବ ପର୍ଯ୍ୟଟନ ଦିବସ। ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମଠାରୁ ଏକ ପଦଯାତ୍ରା ବାହାରି ସହର ପରିକ୍ରମା କରି ଉତ୍କଳ ମଣ୍ଡପ ଠାରେ ପହଂଚିଥିଲା। ହକି ଓ୍ବାର୍ଲଡ କପ ପରିପ୍ରେକ୍ଷୀରେ ରାଜ୍ୟର ବିଭିନ୍ନ୍ ପର୍ଯ୍ୟଟନସ୍ଥଳର ବିକାଶ କରାଯିବ । ଖୁବ୍ ଶୀଘ୍ର ଖଣ୍ଡଗିରିରେ ଲାଇଟ ଓ ସାଉଣ୍ଡ ସୋ ବ୍ୟବସ୍ଥା କରାଯିବ। ପର୍ଯ୍ୟଟନ ସ୍ଥଳର ବିକାଶ ପାଇଁ ବ୍ୟାଖ୍ୟାନ କେନ୍ଦ୍ର, କନଭେନସନ ସେଣ୍ଟର,ଟଏଲେଟଆଦି ବ୍ୟବସ୍ଥା କରାଯିବ। ପର୍ଯ୍ୟଟନର ବିକାଶ, ଇଣ୍ଟରନେସନାଲ ଫ୍ଲାଇଟ ଚଳାଚଳ, ପ୍ରଚାର ପ୍ରସାର ପାଇଁ ମିଡିଆ ପ୍ଲାନ କରିବାକୁ ଯୋଜନା ହୋଇଥିବା କହିଛନ୍ତି ବିଭାଗୀୟ ମନ୍ତ୍ରୀ। ସେପଟେ ରାଜ୍ୟରେ ପର୍ଯ୍ୟଟନର ବିକାଶ ପାଇଁ ଡିଜିଟାଲ ପ୍ରଚାର ପ୍ରତି ଧ୍ୟାନ ଦେବାକୁ ଦାବି ହୋଇଛି।
ରାଜ୍ୟରେ ରହିଛି ୩୫୭ ଟି ପର୍ଯ୍ୟଟନ ସ୍ଥଳୀ। ୯୨ ଟି ଦର୍ଶନୀୟ ସ୍ଥାନ,୨୨ ଟି ଐତିହସ୍ଥଳ, ୧୬ଟି ଜଳପ୍ରପାତ, ୧୪ ଟି ବେଳାଭୂମି ରହିଛି।ହେଲେ ରାଜ୍ୟରେ ବହୁ ପର୍ଯ୍ୟଟନ ସ୍ଥଳୀ ଏବେ କି ଲୁକ୍କାୟିତ ଓ ଅବହେଳିତ ଅବସସ୍ଥାରେ ରହିଛି। ପର୍ଯ୍ୟଟନ ବିକାଶକ୍ଷେତ୍ରରେ ;କେରଳ, ଗୋଆ, ରାଜସ୍ଥାନ,ଗୁଜୁରାଟ, ମଧ୍ୟପ୍ରଦେଶ ଭଳି ରାଜ୍ୟ ଠାରୁ ଓଡିଶା ପଛରେ ପଡିଯାଇଛି। ଏ ଦିଗରେ ସରକାର ଅଧିକ ଯତ୍ନବାନ ହେବାକୁ ଦାବି ହୋଇଛି।ଏହି ପଦଯାତ୍ରାରେ ଟୁର ଅପରେଟର, ହୋଟେଲ ଓ ରେଷ୍ଟୁରାଣ୍ଟ ଆସୋସିଏସନ, ହୋଟେଲ ମ୍ୟାନେଜମେଣ୍ଟ ଛାତ୍ର ଛାତ୍ରୀ ସାମିଲ ହୋଇଥିଲେ । ବିଶେଶ କରି ସୋଆ ବିଶ୍ବ ବିଦ୍ୟାୟର ହୋଟେଲ ମ୍ୟାନେଜମେଣ୍ତଟ ଛାତ୍ର ଛାତ୍ରୀ ପର୍ଯ୍ୟଟନ ବିକାଶ ନେଇ ବାର୍ତ୍ତା ବାଣ୍ଟିଥିଲେ ।