ଥାନାରେ ଲାଗିଲା ଧମକପୂର୍ଣ୍ଣ ପୋଷ୍ଟର, “ରାସ୍ତା କାମ ଠିକ ନହେଲେ ଉଡାଇଦେବୁ ଥାନା ”

Published By : Prameya-News7 Bureau | June 29, 2021 IST

ଉତ୍ତରପ୍ରଦେଶ ୨୯/୬ : ୟୁପିରେ ଜୋନପୁରରେ ଡି-୩୩ ଗ୍ୟାଙ୍ଗ ଆତଙ୍କ । ଜିଲ୍ଲାର ୨ଥାନାକୁ ଉଡାଇ ଦେବାକୁ ପୋଲିସକୁ ଦେଇଛନ୍ତି ଧମକ । ଯାହାକୁ ନେି ସ୍ଥାନୀୟ ଅଞ୍ଚଳରେ ସୃଷ୍ଟି ହୋଇଛି କୋକୁଆ ଭୟ । ସୁରେରି ଥାନର ଗେଟ ବୋର୍ଡ ଲଗାଯାଇଛି ପୋଷ୍ଟର । ଯେଉଁଥିରେ ଲେଖାଯାଇଛି ଯେ, ରାସ୍ତା କାମ ଠିକ ନକଲେ ଉଡାଇଦେବୁ ଥାନା । ଡି-୩୩ ଗ୍ୟାଙ୍ଗର ଏହି ଧମକ ପରେ ପୋଲିସର ନିଦ ହଜିଯାଇଛି ।

କେବଳ ପୋଲିସ ନୁହେଁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ନୋଟିସରେ ଲେଖାଯାଇଛି ଥାନା ଅଧିକାରୀ ମହୋଦୟ, କଠବାତିୟାକୁ ଯିବା ପାଇଁ ରାସ୍ତାର ଅବସ୍ଥା ଅତ୍ୟନ୍ତ ଖରାପ । ଯେଉଂଥିପାଇଁ ନାଁ ପହଞ୍ଚିପାରୁଛି ଆମ୍ୱୁଲାନ୍ସ । ନାଁ ହୋଇଛି ଜରୁରୀ କାର୍ଯ୍ୟ । ଏପରିକି ସାଇକେଲରେ ଯିବା ବି କଷ୍ଟକର ହୋଇପଡୁଛି । ଯଥାସମ୍ଭବ ରାସ୍ତର କାମ ଅକ୍ଟୋବର ସୁଦ୍ଧା ସାରିବାକୁ ଚେଷ୍ଟା କରନ୍ତୁ ।

ଯଦି ଏହି କାମ ନହୁଏ ତାହେଲେ ପରିସ୍ଥିତି ଭୟାବହ ହେବ । ସୁରେରି ଥାନାକୁ ଉଡାଇବାକୁ ଆମେ ପଢାଇବୁ ନାହିଁ । ଏହା ମଧ୍ୟ ବିଜ୍ଞପ୍ତିରେ ଲେଖାଯାଇଛି ଯେ ଯଦି ଆପଣ ଚାହାଁନ୍ତି, ଏହାକୁ ଏକ ଧମକ ବୋଲି ଭାବିପାରନ୍ତି । ଦରକାର ପଡିଲେ ଆପଣ ମଧ୍ୟ ଏହା DMକୁ ଜଣାଇ ପାରନ୍ତି । ଘଟମା ଜଣାପଡିବା ପରେ ପୋଲିସ ପକ୍ଷରୁ ତପ୍ତରତା ପ୍ରକାଶ ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.