ବିଧାନସଭାକୁ ଚାରିପଟୁ ସିଲ୍ କଲା ପୋଲିସ, ମାଷ୍ଟର କ୍ୟାଣ୍ଟିନ-ଗାନ୍ଧିମାର୍ଗ ରାସ୍ତା ବନ୍ଦ

Published By : Prameya-News7 Bureau | November 29, 2020 IST

ଭୁବନେଶ୍ୱର,୨୯/୧୧:    ସୁରକ୍ଷା ଦୃଷ୍ଟିରୁ ବିଧାନସଭା ଚତୁପାର୍ଶ୍ୱ ରାସ୍ତାକୁ ସିଲ୍ କଲା କମିଶନରେଟ୍ ପୋଲିସ । ଏହାସହ ସୁରକ୍ଷା ଦୃଷ୍ଟିରୁ ବିଧାନସଭାକୁ ଲାଗି ରହିଥିବା ଅଞ୍ଚଳରେ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାରିକେଡ୍ ଲଗାଯାଇଛି ।

ଲୋକସେବା ଭବନ ଠାରୁ ରବୀନ୍ଦ୍ର ମଣ୍ଡପ ରାସ୍ତା, ପିଏମଜି ରାସ୍ତା ଓ କମିଶନରେଟ ପୋଲିସ କାର୍ଯ୍ୟାଳୟରୁ ବିଧାନସଭାକୁ ଯାଇଥିବା ରାସ୍ତାକୁ ସମ୍ପୁର୍ଣ୍ଣ ସିଲ୍ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ପ୍ରତି ବ୍ୟାରିକେଡରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି ।

ଗାଡି ଚାଳକ ଯେପରି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ତା ଉପରେ ମଧ୍ୟ ପୋଲିସ ନଜର ଦେଇଛି । ଏଜି ଛକରୁ ଆସୁଥିବା ଗାଡି ଇନ୍ଦିରା ଗାନ୍ଧୀ ପାର୍କ ପଛ ପଟ ରାସ୍ତା ଦେଇ ପିଏମଜିରେ ବାହାରିବ । ଜୟଦେବ ବିହାରରୁ ଆସୁଥିବା ଗାଡି ରବୀନ୍ଦ୍ର ମଣ୍ଡପ ନିକଟରୁ ବିଡିଏ ରାସ୍ତା ଦେଇ ଲୋୟର ପିଏମଜିରେ ବାହରିବ । ମାଷ୍ଟରକ୍ୟାଣ୍ଟିନରୁ ଗାନ୍ଧୀମାର୍ଗ ଦେଇ ବିଧାନସଭା ରାସ୍ତାକୁ ସମ୍ପୁର୍ଣ୍ଣ ସିଲ୍ କଲା ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.