suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଆଜିଠୁ ଆରମ୍ଭ ହୋଇଛି ୨୯ ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ

23/04/2018 at 11:26 AM

ଆଜିଠୁ ଆରମ୍ଭ ହୋଇଛି ୨୯ ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ। ଏହା ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ବିଗତ ବର୍ଷମାନଙ୍କରେ ସଡକ ସୁରକ୍ଷା ସପ୍ତାହ ଜାନୁଆରୀ ମାସରେ ପଲନ ହେଉଥିବାବେଳେ ଚଳିତ ବର୍ଷ ଏପ୍ରିଲ ମାସରେ ପଳନ କରାଯାଉଛି। ଏହାକୁ କମିଶନରେଟ ପୋଲିସ ପକ୍ଷରୁ ଭୁବନେଶ୍ବରସ୍ଥିତ ଟ୍ରାଫିକ ଥାନାରେ ଆୟୋଜିତ ହୋଇଥିଲା ସ୍ବତନ୍ତ୍ର କାର୍ଯ୍ୟକ୍ରମ।

ସଡକ ସୁରକ୍ଷା, ଜୀବନ ରକ୍ଷା। ନିଜର ସୁରକ୍ଷା, ପରିବାର ରକ୍ଷା। ଏଭଳି କିଛି ସଚେତନତାର ବାର୍ତା ଦେଇ କମିଶନରେଟ ପୋଲିସ ପକ୍ଷରୁ ଅାରମ୍ଭ ହୋଇଛି ୨୯ ତମ ଜାତୀୟ ସଡକ ସୁରକ୍ଷା ସପ୍ତାହା। ଭୁବନେଶ୍ବରସ୍ଥିତ ଟ୍ରାଫିକ ଥାନାରେ ଏହାକୁ ନେଇ ଆୟୋଜିତ ହୋଇଥିଲା ସ୍ବତନ୍ତ୍ର କାର୍ଯ୍ୟକ୍ରମ। ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ କମିଶନରେଟ ପୋଲିସ ପକ୍ଷରୁ ପାଳିତ ହେବ ସଡକ ସୁରକ୍ଷା ସପ୍ତାହା। ରାଜ୍ୟ ପୋଲିସ ମହାନିଦେର୍ଶକ ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଟ୍ରାଫିକ ସଚେତନତା ଏବଂ ସଡକ ସୁରକ୍ଷା ଉପରେ ଆଲୋଚନା କରିଥିଲେ। ସ୍କୁଲ କଲେଜ ପାଠ୍ୟକ୍ରମରେ ଏହାକୁ ସାମିଲ କରିବା ଦରକାର ବୋଲି ପୋଲିସ ଡିଜି କହିଛନ୍ତି। ଅନ୍ୟପଟେ କମିଶନରେଟ ପୋଲିସ ପକ୍ଷରୁ ବର୍ଷ ବ୍ୟାପି ସଡକ ସୁରକ୍ଷା ଦିଗରେ ସଚେତନତା ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟ କରାଯିବ ବୋଲି ପୋଲିସ କମିଶନରେ କହିଛନ୍ତି।

ଜାତୀୟ ସଡକ ସୁରକ୍ଷା ସପ୍ତାହା ଅବସରରେ ଟ୍ରଫିକ ଥାନା ପରିସରରେ ବିଭିନ୍ନ ପ୍ରକାର ସଚେତନତା ଭିତ୍ତିକ କାର୍ଯ୍ୟକ୍ରମ ଅାୟୋଜିତ ହୋଇଥିଲା। ସଡକ ସୁରକ୍ଷା ସଚେତନତା ଭିତିକ ଫଟୋ ପ୍ରଦର୍ଶନୀ, ସ୍ଲୋଗାନ କ୍ୟାମ୍ପେନ, ବାଇକ ରାଲି ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ କ୍ରୀଡାବିତ, ଅଭିନେତା, ଅଭିନେତ୍ରୀ, ସମାଜସେବୀ, ଟ୍ରଫିକ ଭାଲାଣ୍ଟିୟର ଭାଗ ନେଇଥିଲେ। ସେହିପରି ଟ୍ରାଫିକ ଥାନାରେ ଆୟୋଜିତ କାର୍ଯ୍ୟକ୍ରମରେ ପୋଲିସ ଡିଜି ସର୍ବଶ୍ରେଷ୍ଠ ଟ୍ରାଫିକ ଭାଲାଣ୍ଟିୟରଙ୍କୁ ମଧ୍ୟ ସମ୍ବୋଧିତ କରିଥିଲେ।

ସଡକ ସୁରକ୍ଷା ସଚେତନତା ନେଇ କମିଶନରେଟ ପୋଲିସ ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛି। ଏହାକୁ ନେଇ ଏବେ ବର୍ଷ ବ୍ୟାପି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜିତ ହେବ। ତେବେ ଏହା କେତେଦୂର ସଫଳ ହେବ ତାହା ଆଗାମୀ ସମୟ କହିବ।

Leave a Reply

   Related Posts