ରାସ୍ତା ସମସ୍ୟାକୁ ନେଇ ଆମରଣ ଅନଶନ
5/06/2018 at 6:34 AM

ରାସ୍ତା ସମସ୍ୟାକୁ ନେଇ ଆମରଣ ଅନଶନ । ଘଟଗାଁ ବ୍ଲକ ଢେଙ୍କିକୋଟ ବଜାରରେ ରାସ୍ତା ମରଣଯନ୍ତା ପାଲଟିଛି । ୨୦ ନମ୍ବର ଜାତୀୟ ରାଜପଥ ଢେଙ୍କିକୋଟ ବଜାରରେ ରାସ୍ତା ଖାଲଖମାମ ହୋଇଯାଇଛି । ଏଥିପାଇଁ ସ୍ଥାନୀୟ ଲୋକେ ନାହିଁନଥିବା ହଇରାଣ ହେଉଛନ୍ତି । ଏପରିକି ଅନେକ ସମୟରେ ଛୋଟ ବଡ ଦୁର୍ଘଟଣା ଘଟୁଛି । ତେବେ ରାସ୍ତା କାମ ନେଇ ଜିଲ୍ଲା ପ୍ରଶାସନକୁ ବାରମ୍ବାର ଜଣାଇଲେ ସୁଦ୍ଧା ସୁଫଳ ମୁଳୁନାହିଁ । ଏହାର ପ୍ରତିବାଦରେ ଆଜି ଶତାଧିକ ମହିଳାଙ୍କ ସମେତ ସ୍ଥାନିୟ ପ୍ରତିନିଧି ଧାରଣାରେ ବସିଛନ୍ତି । ଏପରିକି ଢେଙ୍କିକୋଟ ବଜାରର ସମସ୍ତ ଦୋକାନ ବନ୍ଦ ରହିଛି । ରାସ୍ତା କାମ ନହେବା ଯାଏ ଏହି ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦିଆଯାଇଛି ।
Related Posts
କାଳବୈଶାଖୀ ପ୍ରଭାବରେ ବଜ୍ରପାତ, ଜଳିଗଲା ୭ ବଖରା ଘର
2 June 2023