ଧୋଇଗଲା ଆପ୍ରୋଚ ରୋଡ୍‌, ଜୁନାଗଡ଼-ଧର୍ମଗଡ଼ ଯାତାୟତ ଠପ୍‌

Published By : Prameya-News7 Bureau | August 08, 2022 IST

ଧର୍ମଗଡ଼ ୦୮।୦୮: ଧୋଇଗଲା ଆପ୍ରୋଚ ରୋଡ୍‌ । ଯାତାୟତ ବାଧାପ୍ରାପ୍ତ । ଲୋକେ ନାହିଁ ନଥିବାର ଅସୁବିଧା ଭୋଗୁଛନ୍ତି । କଳାହାଣ୍ଡି ଜିଲ୍ଲା ଧର୍ମଗଡ଼-ଜୁନାଗଡ଼ ରାସ୍ତାରେ ଦେଖିବାକୁ ମିଳିଛି ଏମିତି କିଛି ଘଟଣା ।

{"id":667872,"sizeSlug":"full","linkDestination":"none"}

ଖବର ଅନୁଯାୟୀ, କଳାହାଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇଛି l ଏପିରିକି କଳାହାଣ୍ଡି ଜିଲ୍ଲା ଧର୍ମଗଡ ଜୁନାଗଡ଼ ମୁଖ୍ୟ ରାସ୍ତା ବଡ଼ବାସୁଲ ଠାରେ ଥିବା ହାଳେରଜୋର ଆପ୍ରୋଚ ପୋଲ ଧୋଇଯାଇଛି । ଯାହାଫଳରେ ଧର୍ମଗଡ ଜୁନାଗଡ଼ ମଧ୍ୟରେ ଯାତାୟତ ବାଧାପ୍ରାପ୍ତ ହୋଇଛି l

{"id":667873,"sizeSlug":"full","linkDestination":"none"}

ତେବେ ନୂତନ ପୋଲ କାମ ଅଧାପନ୍ତରିଆ ହୋଇଛି l ଯାତାୟତ ପାଇଁ ଅପରୋଚ ପୋଲ କରାଯାଇଥିଲା । କିନ୍ତୁ ଦୁଇ ଦିନ ଧରି କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ହେବାରୁ ବର୍ତମାନ ଅପରୋଚ ପୋଲ ଧୋଇଯାଇଛି । ଏହାକୁ ମିଶାଇ ଚଳିତ ବର୍ଷାରେ ଏହି ଅପରୋଚ ପୋଲ ତିନି ଥର ଧୋଇଗଲାଣି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.