ବୌଦ୍ଧ ୦୩।୦୯ : ଆମ୍ବୁଲାନ୍ସ ଆସିଲା ନାହିଁ ସତ, ହେଲେ ରୋଗୀର ଜୀବନ ବଞ୍ଚାଇବାକୁ ସାହା ହେଲା ଖଟିଆ । ଶେଷରେ ୩କିମି ଖଟିଆରେ ବୁହାହେଲେ ରୋଗୀ । ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ଅନ୍ତର୍ଗତ ନାରାୟଣ ପ୍ରସାଦ ପଞ୍ଚାୟତର ନାଦେନ ଗାଁରୁ ଆସିଛି ଏପରି ବିକଳ ଚିତ୍ର ।
wp:embed {"url":"https://www.prameyanews7.com/drowing-case-in-paradip/","type":"wp-embed","providerNameSlug":"prameya-news-7"} /wp:embedଖବର ଅନୁଯାୟୀ, ନାଦେନ ଗାଁର ଠୁବୁଳି ଭୋଇଙ୍କୁ ଶନିବାର ରାତିରେ ଭୀଷଣ ଜ୍ୱର ହେବାରୁ ପରିବାର ଲୋକେ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । କିନ୍ତୁ ରାସ୍ତା ଖରାପ ଯୋଗୁଁ ଆସିପାରିଲାନି ଆମ୍ବୁଲାନ୍ସ । ଯାହାଫଳରେ ପରିବାର ଲୋକଙ୍କୁ ୩ କିଲୋମିଟର ପର୍ଯନ୍ତ ଖଟିଆରେ ବୋହି ଆଣିବାକୁ ପଡିଲା । ସେଠାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ପ୍ରଥମେ କଣ୍ଟାମାଲ ଡାକ୍ତରଖାନାକୁ ନିଆଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ପରେ ସୋନପୁର ମୁଖ୍ୟ ଚିକିତ୍ସାଲୟକୁ ସ୍ଥାନାନ୍ତରିତ କରାଯାଇଛି ।
wp:embed {"url":"https://www.prameyanews7.com/tension-in-bhadrak-bhandaripokharia-area/","type":"wp-embed","providerNameSlug":"prameya-news-7"} /wp:embedତେବେ ସରକାର ଜରୁରୀ କାଳୀନ ଆମ୍ବୁଲାନ୍ସ ସେବା ଯୋଗାଇ ଦେବାପାଇଁ ଶହଶହ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଉପାନ୍ତ ଓ ଆଭ୍ୟନ୍ତରୀଣ ଦୁର୍ଗମ ଅଞ୍ଚଳର ବିପର୍ଯ୍ୟସ୍ତ ରାସ୍ତାଯୋଗୁଁ ସେଠାକୁ ପହଞ୍ଚି ପାରୁନି ଆମ୍ବୁଲାନ୍ସ । ଫଳରେ ଗ୍ରାମବାସୀଙ୍କ ପାଇଁ ଏହି ମହତ୍ୱକାଂକ୍ଷୀ ଯୋଜନା କେତେଦୂର କାମରେ ଆସୁଛି ଏହାର ପୁଣି ଏକ ବିକଳ ଚିତ୍ର ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ଅନ୍ତର୍ଗତ ନାରାୟଣ ପ୍ରସାଦ ପଞ୍ଚାୟତର ଗାଁରେ ଦେଖିବାକୁ ମିଳିଛି ।
wp:embed {"url":"https://www.prameyanews7.com/gadar-2-success-party-sunny-deol-enjoying-his-blockbuster/","type":"wp-embed","providerNameSlug":"prameya-news-7"} /wp:embed