ଟ୍ରକକୁ ପିଟିଲା ଆମ୍ବୁଲାନ୍ସ, ଦୁଇ ଗୁରୁତର
14/09/2023 at 9:23 AM

ଖୋର୍ଦ୍ଧା ୧୪।୦୯ : ଟ୍ରକକୁ ପିଟିଲା ଆମ୍ବୁଲାନ୍ସ। ଏହି ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାୟୀ, ଭୁବନେଶ୍ୱରରୁ ରୋଗୀ ଛାଡି ଦଶପଲ୍ଲା ଫେରୁଥିଲା ୧୦୮ ଆମ୍ବୁଲାନ୍ସ । ଖୋର୍ଦ୍ଧା ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥର କାପାସିଆ ରାସ୍ତାରେ ଏକ ଗ୍ୟାସ୍ ବୋଝେଇ ଟ୍ରକକୁ ପଛରୁ ପିଟିଛି ଆମ୍ବୁଲାନ୍ସ ।ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଟ୍ରକକୁ ଧକ୍କା ଦେଇଥିଲା । ଯାହାଫଳରେ ଏହି ଦୁର୍ଘଟଣାରେ ୨ଜଣ ଗୁରୁତର ହୋଇଛନ୍ତି । ତୁରନ୍ତ ଗୁରୁତରଙ୍କୁ ଉଦ୍ଧାର କରି ବୋଲଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ସେହିପରି ଏବେ ଯାଏଁ ଦୁଇ ଗୁରୁତରଙ୍କ ପରିଚୟ ମିଳିପାରିନାହିଁ । ପୋଲିସ ଘଟଣାର ତଦନ୍ତ ପରେ ହିଁ ପ୍ରକୃତ ପରିଚୟ ମିଳିପାରିବ ବୋଲି ସୂଚନା ମିଳିଛି ।