ରାଜଧାନୀରେ ରାସ୍ତା ଜାମ ନେଲା କୋମଳମତି ଶିଶୁର ଜୀବନ

Published By : Prameya-News7 Bureau | February 11, 2020 IST

ଭୁବନେଶ୍ୱର ୧୧।୦୨ - ରାସ୍ତା ଜାମ୍ ପାଇଁ ଶିଶୁ ପୁତ୍ରର ଚାଲିଗଲା ଜୀବନ । ଆମ୍ବୁଲାନ୍ସ ଭିଡରେ ଫସିବା କାରଣରୁ  ଶିଶୁ ପୁତ୍ରର ମୃତ୍ୟୁ । ନା ଟ୍ରାଫିକ ପୋଲିସ ସାହାଯ୍ୟ କଲେ । ନା ରାସ୍ତାରେ ଥିବା  ଲୋକ ଆମ୍ବୁଲାନ୍ସକୁ ବାଟ ଛାଡିଲେ । ଅକାରଣରେ ଶିଶୁଟିର ଜୀବନ ଚାଲିଗଲା ।

ରାସ୍ତା ନେଲା କୋମଳମତି ଶିଶୁର ଜୀବନ । ନା ଟ୍ରାଫିକ ପୋଲିସ ସାହାଯ୍ୟ କଲେ । ନା ରାସ୍ତାରେ ଥିବା  ଲୋକ ଆମ୍ବୁଲାନ୍ସକୁ ବାଟ ଛାଡିଲେ ।ଆମ୍ବୁଲାନ୍ସ ଭିଡରେ ଫସିବା କାରଣରୁ  ଶିଶୁ ପୁତ୍ରର ମୃତ୍ୟୁ । ଭୁବନେଶ୍ୱରରେ ଏଭଳି ଏକ ଅଭାବନୀୟ ଘଟଣା ଘଟି ଯାଇଛି । ଭୁବନେଶ୍ୱର ନାଲକୋଛକରେ ପାଖାପାଖି ଦିନ 11 ଟା ବେଳର ଘଟଣା । ଶିଶୁଟିର ନା ନିଲ ନୀତିଶ ନାୟକ । ୫ ବର୍ଷର ଶିଶୁପୁତ୍ରର ପ୍ରବଳ ବାନ୍ତି ହେବାରୁ ପରିବାର ଲୋକେ ତାକୁ କ୍ୟାପିଟାଲ ହସ୍ପିଟାଲ ଆଣିଥିଲେ। ସେଠାର ଶିଶୁପୁତ୍ରର ଅବସ୍ଥା ଗୁରୁତର ହେବାରୁ ଆଜି ତାକୁ କଟକ ବଡମେଡିକାଲକୁ ରେଫର କରାଯାଇଥିଲା। କଟକ ଦୂର ବାଟ ହୋଇଥିବାରୁ  ପରିବାର ଲୋକେ ପୁଅକୁ ଏସସିବିକୁ ନ ନେଇ ଭୁବନେଶ୍ବରର ପଟିଆରେ ଥିବା ଏକ ଘରୋଇ ହସ୍ପିଟାଲକୁ ନେଉଥିଲେ। ହେଲେ ରଜଭବନ ଛକଠାରୁ ପଟିଆ ଯିବା ରାସ୍ତାର ବିଭିନ୍ନ ସ୍ଥାନରେ ଭିଡ ରହିବାରୁ ଆମ୍ବୁଲାନ୍ସ ସୁବିଧାରେ ଯାଇପାରି ନ ଥିଲା। ବିଭିନ୍ନ ଜାଗାରେ ଆମ୍ବୁଲାନ୍ସଟି ଭିଡ ଭିତରେ ଫସିଯାଇଥିଲା। ନାଲକୋ ଛକରେ ତ ପାଖାପାଖି 20 ମିନିଟ ଧରି ରହିଯାଇଥିଲା । ପରିବାରଲୋକେ ଆମ୍ବୁଲାନ୍ସରୁ ଓହ୍ଲାଇ ରାସ୍ତା କ୍ଲିୟର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ପାରିନ ଥିଲେ। ରାସ୍ତାରେ ଅନ୍ୟ ଗାଡି ଚାଳକମାନେ ମଧ୍ୟ ଆମ୍ବୁଲାନ୍ସଟିକୁ ବାଟ ଛାଡ଼ି ନ ଥିଲେ। ଟ୍ରାଫିକ ପୁଲିସ ବି ରୋଡ କ୍ଲିୟର କରିବାରେ ବିଫଳ ହୋଇଥିଲା। ଘରୋଇ ହସ୍ପିଟାଲରେ ପହଞ୍ଚିବାକୁ ଆମ୍ବୁଲାନ୍ସକୁ ଏକ ଘଣ୍ଟା ସମୟ ଲାଗିଥିଲା। ଶିଶୁପୁତ୍ରଟି ହସ୍ପିଟାଲରେ ପହଞ୍ଚିବା ଆଗରୁ ଅଧା ବାଟରେ ପ୍ରାଣ ହରାଇଥିଲା ।

ସେପଟେ ଏହି ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଇଛି । ଟ୍ରାଫିକ ପୋଲିସ ଓ ସାଧାରଣ ଲୋକ ଯଦି ମାନବିକତା ଦେଖାଇ ବାଟ ଛାଡି ଥାଆନ୍ତେ । ତେବେ ଜଣେ କମଳମତି ଶିଶୁର ହୁଏତ ଜୀବନ ବଞ୍ଚି ଯାଇଥାଆନ୍ତା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.