କିଏ ରାସ୍ତା ଉପରେ ଗାଡି ରଖିଛି, ତ ଆଉ କିଏ ରାସ୍ତାରେ ଅପେକ୍ଷା କରିଛି...

Published By : Prameya-News7 Bureau | February 25, 2024 IST

ଭୁବନେଶ୍ୱର ୨୫।୦୨ : ଯାତ୍ରା ପାଇଁ ରାସ୍ତା ଜାମ୍‌ । ଖଣ୍ଡଗିରି ମେଳା ପାଇଁ ରାସ୍ତା କଡରେ ଚାଲିଛି ଯାତ୍ରା ସୋ । ଯାତ୍ରା ଯୋଗୁଁ ରାତ୍ରି ସମୟରେ ଖଣ୍ଡଗିରିରୁ ଜାଗମରା ରାସ୍ତା ସମ୍ପୂର୍ଣ ଜାମ । ଗୋଟିଏ ପଟେ ପ୍ରଥମ ସୋ ଦେଖି ଫେରୁଛନ୍ତି ଦର୍ଶକ, ଅନ୍ୟପଟେ ଦ୍ଵିତୀୟ ସୋ ଦେଖିବାକୁ ଦେଖିବାକୁ ଯାତ୍ରା ପ୍ରେମୀଙ୍କ ଭିଡ ଯୋଗୁଁ ରାସ୍ତା ଭିଡ ହେଉଛି । ଏହା ସହ ରାସ୍ତା ଉପରେ ବେଆଇନ ପାର୍କିଂ ଓ ଯାତ୍ରା ବସ ରହୁଥିବାରୁ ଘଣ୍ଟା ଘଣ୍ଟା ରାସ୍ତା ଉପରେ ଛିଡା ହେଉଛନ୍ତି ଦର୍ଶକ ।

ଯାତ୍ରା ଦେଖିବାକୁ ଆସି ଖଣ୍ଡଗିରି ରାସ୍ତା ଉପରେ ଅଟକି ରହୁଛନ୍ତି ଦର୍ଶକ । ରାସ୍ତା ଜାମ୍‌ ଯୋଗୁଁ ଘଣ୍ଟା ଘଣ୍ଟା ଗାଡି ଉପରେ ବସିବାକୁ ପଡୁଛି । କିଏ ପାଦ ଚଲା ରାସ୍ତାକୁ ଗାଡି ଉଠାଇ ନେଉଛି ତ କିଏ ରାସ୍ତା ଉପରେ ଗାଡି ଥୋଇ ଅପେକ୍ଷା କରୁଛି । ଖଣ୍ଡଗିରିରୁ ଜାଗମରା ରାସ୍ତା କଡରେ ଥିବା ପଡିଆରେ ଲାଗିଛି ୨ଟି ଯାତ୍ରା ପାର୍ଟି । ପ୍ରଥମ ସୋ ସରିବା ପରେ ଦର୍ଶକ ବାହାରୁଛନ୍ତି ପୁଣି ରାତି ୧୧ରୁ ଦ୍ଵିତୀୟ ସୋ ଦେଖିବାକୁ ଦର୍ଶକ ଆସୁଛନ୍ତି । ଏହି ସମୟରେ ରାସ୍ତା ଜାମ ସହ ହନ୍ତସନ୍ତ ଯାତ୍ରା ପ୍ରେମୀ ।

ତେବେ ଅତ୍ୟଧିକ ଜାମ ହେବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗାଡି ସାଇଡ କରିବା ସହ, ରାସ୍ତା ଫାଙ୍କା କରିବାକୁ ଉଦ୍ୟମ କରିଥିଲା ।  ହେଲେ ପ୍ରଥମ ସୋ ଶେଷ ସାଙ୍ଗକୁ ଦ୍ଵିତୀୟ ସୋ ଆରମ୍ଭ ଯୋଗୁ ଜମୁଛି ଏହିଭଳି ଭିଡ଼ ।  ପାର୍କିଂ ବ୍ୟବସ୍ତା ହୋଇଥିଲେ ମଧ୍ୟ ମନ ଇଚ୍ଛା ରାସ୍ତା କଡରେ ଗାଡି ରଖୁଛନ୍ତି ଲୋକେ । ଯାହା ଟ୍ରାଫିକ ଜାମର ମୁଖ୍ୟ କାରଣ ପାଲଟିଛି । ତେବେ ଗୋଟିଏ ପଟେ ଯାତ୍ରାର କ୍ରେଜ ଯାତ୍ରାପ୍ରେମୀଙ୍କୁ ଖଣ୍ଡଗିରି ଟାଣି ଆଣୁ ଥିବା ବେଳେ ଘଣ୍ଟା ଘଣ୍ଟା ଧରି ଟ୍ରାଫିକ ଜାମ । ଯାତ୍ରା ପ୍ରେମୀଙ୍କ ମନରେ ଅସନ୍ତୋଷ ସୃଷ୍ଟି କରୁଛି ।

wp:embed {"url":"https://www.prameyanews7.com/madhya-pradesh-dead-body-of-a-young-man/","type":"wp-embed","providerNameSlug":"prameya-news-7"}
https://www.prameyanews7.com/madhya-pradesh-dead-body-of-a-young-man/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.