scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଗଛକୁ ପିଟିଲା ବରଯାତ୍ରୀ ଗାଡି, ପିକ୍‌ଅପ୍‌ ଭ୍ୟାନ୍‌ରେ ଥିଲେ ୩୦ ଜଣ ଯାତ୍ରୀ

27/06/2023 at 9:27 AM

ପାଟଣା ୨୭।୦୬ : ବରଯାତ୍ରୀ ଗାଡି ଦୁର୍ଘଟଣା। ଅଳ୍ପକେ ବର୍ତ୍ତିଗଲେ ଅନେକ ଯାତ୍ରୀ । ହେଲେ ତିନି ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । କେନ୍ଦୁଝର ଜିଲ୍ଲା ସାହାରପଡ଼ା ଫାଣ୍ଡି ପିପିଳିଆ ନାଳ ନିକଟରେ ଘଟିଛି ଦୁର୍ଘଟଣା ।

ଖବର ଅନୁଯାୟୀ, ପାଟଣା ଥାନା ଡିଆନାଳି ଗାଁର ଆଟୁଆ ମୁଣ୍ଡାଙ୍କ ବାହାଘର ପାଇଁ ବରଯାତ୍ରୀ ପିପିଳିଆ ଗାଁକୁ ଯାଉଥିଲେ । ଏହି ସମୟରେ ବରଯାତ୍ରୀ ଗାଡିଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଗଛକୁ ଧକ୍କା ଦେଇଥିଲା । ଯାହାଫଳରେ ତିନି ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ଅନ୍ୟ ଲୋକ ଅଳ୍ପକେ ବର୍ତ୍ତିଯାଇଛନ୍ତି । ପିକ୍‌ଅପ୍‌ ଭ୍ୟାନ୍‌ ମୋଟ ୩୦ ଜଣ ଯାତ୍ରୀ ରହିଥିଲେ ।

ସେପଟେ ଦୁର୍ଘଟଣା ପରେ ପିକ୍‌ଅପ୍‌ ଭ୍ୟାନ୍‌ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

You Can Read :

   Related Posts