ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ସିରିଜ୍‌ ଦୁର୍ଘଟଣା, ୬ ଗୁରୁତର

22/12/2021 at 8:14 AM

ସାଲେପୁର ୨୨।୧୨: ସିରିଜ୍ ଦୁର୍ଘଟଣା । ସାଇକେଲ ଆରୋହୀ ଓ ବାଇକ ଆରୋହି ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ୬ ଗୁରୁତର ହୋଇଛନ୍ତି । କଟକ ଜିଲ୍ଲା ସାଲେପୁର ବ୍ଲକ ବହୁଗ୍ରାମ-ଖରାଖିଆ ବଜାର ନିକଟରେ ଏହି ଦୁର୍ଘଟଣା ହୋଇଛି।

ଖବର ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ଏକ ବାଇକରେ ୩ଜଣ କେନ୍ଦ୍ରାପଡ଼ା ରୁ କଟକ ଅଭିମୁଖେ ଯାଉଥିବାବେଳେ ପ୍ରଥମେ ଖରାଖିଆ ବଜାର ନିକଟ ପୋଲିସ ଚେକପୋଷ୍ଟରେ ଧକ୍କା ଦେଇଥିଲେ। ସେହି ସମୟରେ ଅନ୍ୟ ଏକ ବାଇକରେ ଦୁଇ ଜଣ କଟକ ଅଭିମୁଖେ ଯାଉଥିବା ବେଳେ ଜଣେ ସାଇକେଲ ଆରୋହୀ ସହ ଧକ୍କା ହୋଇଥିଲା।

ଘଟଣାସ୍ଥଳରେ ବାଇକ ଅରୋହୀଙ୍କ ସମେତ ୬ଜଣ ଗୁରୁତର ହୋଇପଡିଥିଲେ। ଗୁରୁତର ଅବସ୍ଥାରେ ସେମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ୨ଟି ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ମେଡ଼ିକାଲକୁ ଚିକିତ୍ସା ନିମନ୍ତେ ପଠାଯାଇଛି । ଘଟଣାସ୍ଥଳରେ ପାଗା ଫାଣ୍ଡି ଅଧିକାରୀ ପହଞ୍ଚି ଗାଡିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

   Related Posts