କାଞ୍ଜିପାଣି ଘାଟି ନିକଟରେ ଦୁର୍ଘଟଣା : ଭାରସାମ୍ୟ ହରାଇ ରାସ୍ତାକଡରେ ପିଟିହେଲା ବୋଲେରୋ , ଜଣେ ଗୁରୁତର

Published By : Prameya-News7 Bureau | December 07, 2020 IST

ତେଲକୋଇ ୦୭।୧୨: କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଥାନା ହଳଦିପାଣି ଗାଁରେ ନିକଟରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଗାଡି ଡ୍ରାଇଭର ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ଗତକାଲି ବିଲମ୍ବିତ ରାତିରେ କାଞ୍ଜିପାଣି ଘାଟିରେ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ପଥରରେ ବାଡେଇ ବୋଇ ଓଲଟି ପଡିଥିଲା ବୋଲେରୋ । ଯାହାଫଳରେ କି ବୋଲେରୋ ଗାଡିର ଗୋଟିଏ ଡୋର୍‌ ମଧ୍ୟ ଗାଡିରୁ ବାହାରିଯାଇଥିବା ଦେଖିବାକୁ ମିଳିଛି । ଦୁର୍ଘଟଣାରେ ବୋଲରୋ ଡ୍ରାଇଭର ଗୁରୁତର ହୋଇଛନ୍ତି । ତାଙ୍କୁ ସେଠାରୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେହିପରି ଘଟଣାସ୍ଥଳରେ କାଞ୍ଜିପାଣି ଥାନା ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.