ବୋଲେରୋକୁ ପଛରୁ ପିଟିଲା ଆଉ ଏକ ବୋଲେରୋ, ତାରିଣୀ ଦର୍ଶନ ସାରି ଫେରୁଥିଲେ ଯାତ୍ରୀ

Published By : Prameya-News7 Bureau | August 23, 2022 IST

ଆନନ୍ଦପୁର ୨୩।୦୮: ରାସ୍ତାକଡ଼ରେ ଛିଡ଼ା ହୋଇଥିଲା ବୋଲେରୋ । ପଛପଟୁ ଆସି ଧକ୍କା ଦେଲା ଆଉ ଏକ ବୋଲେରୋ । ଯାହାଫଳରେ ୨ଜଣ ଗୁରୁତର ହୋଇଥିବା ବେଳେ ସାତ ଜଣ ସାମାନ୍ୟ ଆହତ ହୋଇଛନ୍ତି । ଘସିପୁରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର କରି ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରିଛନ୍ତି ।

ଖବର ଅନୁଯାୟୀ, ୨୦ ନମ୍ବର ଜାତୀୟ  ରାଜପଥ ଘସିପୁରା ନିକଟରେ ଏକ ଦୁର୍ଘଟଣା ଘଟିଛି । ଏକ ଗାଡି ରାସ୍ତା କଡ଼ରେ ଛିଡ଼ା ହୋଇଥିବା ପଛ ପଟୁ ଆସୁଥିବା ଏକ ଗାଡି ଧକ୍କା ଦେଇଥିଲା । ଡ୍ରାଇଭରର ଆଖି ଲାଗିଯିବାରୁ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ତେବେ ଭାଗ୍ୟବଶତଃ ରାସ୍ତାକଡ଼ରେ ଛିଡା ହୋଇଥିବା ବୋଲେରୋରୁ ସମସ୍ତ ଯାତ୍ରୀ ଓହ୍ଲାଇ ନିକଟସ୍ଥ ହୋଟେଲେ ଖାଉଥିଲେ । ସେହିପରି ଦୁର୍ଘଟଣା ଘଟାଇଥିବା ବୋଲେରୋଟି ସ୍ଥାନୀୟ ହାତିବନ୍ଧା ଗାଁରେ ବୋଲି ଜଣାପଡିଛି । ଗୋଟିଏ ପରିବାରର ୯ ଜଣ ସଦସ୍ୟ ଘଟଗାଁ ମା ତାରିଣୀଙ୍କୁ ଦର୍ଶନ ସାରି ଫେରୁଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.