ସଡ଼କ ଦୁର୍ଘଟଣାରେ ଗୁରୁତର ଥିଲେ ମା-ବାପା ଓ ଶିଶୁ, ରାସ୍ତାରୁ ଉଦ୍ଧାର କରି ମେଡିକାଲ ନେଲେ ବିଜେଡି ନେତା

Published By : Prameya-News7 Bureau | September 25, 2022 IST

ଭଦ୍ରକ ୨୫।୦୯ : ରାସ୍ତାରେ ଗୁରୁତର ହୋଇ ପଡିରହିଥିଲେ ମା, ବାପା ଓ ଶିଶୁ । ସେମାନଙ୍କୁ ରାସ୍ତାରୁ ଉଦ୍ଧାର କରି ତୁରନ୍ତ ମେଡିକାଲରେ ଭର୍ତ୍ତି କଲେ ଆନନ୍ଦପୁର  ପୌର ଉପାଧକ୍ଷଙ୍କ ପୁଅ ତଥା ବିଜୁ ଛାତ୍ର ଜନତା ଦଳର ନଗର ସଭାପତି ଜ୍ଞାନ ପ୍ରକାଶ ଦଳାଇ ।

ଖବର ଅନୁଯାୟୀ, କୌଣସି କାମରେ ଭଦ୍ରକ ଆସୁଥିଲେ ଜ୍ଞାନ ପ୍ରକାଶ ଦଳାଇ । ହେଲେ ଭଦ୍ରକ-ଆନନ୍ଦପୁର ରାସ୍ତାର ବନ୍ତ ଥାନା ଟିଲୋ ଠାରେ ଏକ ସ୍କୁଟି ଦୁର୍ଘଟଣାରେ ମା, ବାପା ଓ ଶିଶୁ ପଡିରହିଥିଲେ । ପରେ ଆନନ୍ଦପୁର ପୌର କର୍ମଚାରୀ ଅମୀୟଂଶୁ ସାହାଣୀ,   ବିଜୁ ଯୁବ ଜନତା ଦଳର ରାଜ୍ୟ ସମ୍ପାଦକ ଶ୍ରୀ ବିକାଶ ଶ୍ରେଷ୍ଠାଙ୍କୁ ଯୋଗାଯୋଗ କରି ନିଜ ଗାଡିରେ ଆଣି ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ରୋଗୀଙ୍କ ପ୍ରାଥମିକ ଚିକିତ୍ସା କରାଇବା ସହ ଟ୍ରମା କେୟାରରେ ଆଡ଼ମିଟ କରାଯାଇଛି । ପରେ ଜଣାପଡିଛି ପ୍ରତିମା ସିଂହଙ୍କ କାନ୍ଧ ହାଡ଼ ଭାଙ୍ଗିଥିବା ବେଳେ ମୁଣ୍ଡରେ ଆଘାତ ଲାଗିଛି  । ତାଙ୍କ ସ୍ୱାମୀ ମଧ୍ୟ ଆହତ ହୋଇଥିବା ବେଳେ ଛୋଟ ଶିଶୁଟି ସୁରକ୍ଷିତ ଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.