ଓଲଟିଲା ‘ଦୟାଲ’ ବସ୍, ୩୬ ଯାତ୍ରୀଙ୍କୁ ନେଇ ଆସୁଥିଲା ଆଳି
19/01/2023 at 10:20 AM

କେନ୍ଦ୍ରାପଡ଼ା ୧୯।୦୧ : କେନ୍ଦ୍ରାପଡ଼ା ରାଜକନିକା ଗଞ୍ଜାଘାଟ ନିକଟରେ ଓଲଟିଲା ବସ । ଏହି ଦୁର୍ଘଟଣାରେ ଏକାଧିକ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାୟୀ, ଦୟାଲ ନାମକ ଏହି ଘରୋଇ ବସ୍ ଚାନ୍ଦବାଲିରୁ ୩୬ ଜଣ ଶ୍ରମିକଙ୍କୁ ନେଇ ଆଳି ଆସୁଥିଲା l ଗଞ୍ଜାଘାଟ ନିକଟରେ ଭାରସାମ୍ୟ ହରାଇ ବସଟି ରାସ୍ତା କଡକୁ ଓଲଟି ପଡିଥିଲା l ଏଥିରେ କିଛି ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି l ଆହତ ମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି l
ତେବେ ବେପରୁଆ ଗାଡି ଚାଳକ ଯୋଗୁ ଦୁର୍ଘଟଣା ଘଟିଥିବା ଯାତ୍ରୀ କହିଛନ୍ତି l ସମସ୍ତ ଯାତ୍ରୀ ବିହାରରୁ ଆସି ଚାନ୍ଦବାଲିରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଜଣାପଡ଼ିଛି l
Related Posts
କନ୍ଧମାଳ ପୋଲିସକୁ ସଫଳତା, ଚୋରି ସାମଗ୍ରୀ ଜବତ, ୫ ଗିରଫ
6 February 2023