ପୋଲ ତଳକୁ ଖସିପଡିଲା ବାଇକ : ଜଣେ ମୃତ, ଅନ୍ୟ ଜଣେ ଗୁରୁତର

Published By : Prameya-News7 Bureau | December 14, 2020 IST

ତେଲକୋଇ ୧୪।୧୨: ତେଲକୋଇ ଥାନା ଅନ୍ତର୍ଗତ କରଦାଙ୍ଗି ଗାଁ ଘୁରୁଡିଆ ନାଳରେ ବାଇକ ଦୁର୍ଘଟଣା ହୋଇଛି । ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଥିବା ଜଣାପଡ଼ିଛି  । ମୃତକ ଶ୍ୟାମ ମୁଣ୍ଡା ଏବଂ ଗୁରୁତର ଜଣଙ୍କ ହେଲେ ପିଣ୍ଟୁ ମୁଣ୍ଡା ବୋଲି ଜଣାପଡିଛି । ପିଣ୍ଟୁଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲ ରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ସୋମବାର ଦିନ ସକାଳ ପ୍ରାୟ ୯ଟା ସମୟରେ ବାଇକ ଯୋଗ ଶ୍ୟାମ୍‌ ମୁଣ୍ଡା ମେଡିସିନ୍‌ କିଣି ଦ୍ରୁତଗତିରେ ଘରକୁ ଫେରୁଥିଲେ । ହଠାତ୍‌ ଘୁରୁଡିଆ ନାଳ ପୋଲ ଉପରେ ଖିବା ପିଲରେ ଭାରସାମ୍ୟ ହରାଇ ବାଇକ ପିଟି ହୋଇଥିଲା । ଯାହାଫଳରେ କି ବାଇକ ସହ ସେ  ଓ ତାଙ୍କ ପଛରେ ବସିଥିବା ଜଣେ ବ୍ୟକ୍ତି ତଳକୁ ଖସିପଡିଥିଲେ । ବାଇକରେ ବସିଥିବା ଦୁଇ ଜଣଙ୍କ ମଧ୍ୟରୁ ଶ୍ୟାମ ମୁଣ୍ଡାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା । ସେପଟେ ଅନ୍ୟ ବ୍ୟକ୍ତି ପିଣ୍ଟୁ ମୁଣ୍ଡା ଗୁରୁତର   ହୋଇପଡିଥିଲେ । ଦୁର୍ଘଟଣା ପରେ ଗାଁ ଲୋକେ ଘଟଣାସ୍ଥଳରେ ପହଞ୍ଚି ଦୁଇଜଣଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଦ୍ବାରା ତେଲକୋଇ ମେଡିକାଲକୁ ପଠାଇଥିଲେ । ସେଠାରେ ପିଣ୍ଟୁ ମୁଣ୍ଡାଙ୍କ ଅବସ୍ଥା ଅଧିକ ଖରାପ ଯୋଗୁଁ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ କେନ୍ଦୁଝର ଜିଲ୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.