ହୋଟେଲ ଭିତରକୁ ପଶିଗଲା ଟ୍ରକ, ରାତିରେ ଶୋଇଥିଲେ କର୍ମଚାରୀ
29/11/2022 at 10:39 AM

ତେଲକୋଇ ୨୯।୧୧ : ହୋଟେଲ ଭିତରେ ପଶିଗଲା କମଳା ବୋଝେଇ ଟ୍ରକ୍ । ଅଳ୍ପକେ ବର୍ତ୍ତିଲେ ହୋଟେଲ କର୍ମଚାରୀ। କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥ ଜଗମୋହନପୁର ଛକ ନିକଟରେ ଏଭଳି ଘଟଣା ଘଟିଛି।

ଖବର ଅନୁଯାୟୀ, ରାତି ପ୍ରାୟ ଗୋଟାଏ ବେଳେ ରାୟପୁର ପଟୁ ଏକ କମଳା ବୋଝେଇ ଟ୍ରକ ଦ୍ରୁତଗତିରେ ଆସୁଥିବା ବେଳେ ଜଗମୋହନପୁର ଛକରେ ଥିବା ଏକ ହୋଟେଲରେ ଭାରସାମ୍ୟ ହରାଇ ପଶିଯାଇଥିଲା। ହୋଟେଲରେ ଶୋଇଥିବା କର୍ମଚାରୀ ଅଳ୍ପକେ ବର୍ତ୍ତିଯାଇଥିଲେ।

ତେବେ ଜାତୀୟ ରାଜପଥ ଜଗମୋହନପୁର ଛକଠାରେ ଏନଏଚଆଇ ପକ୍ଷରୁ ହମ୍ପସ୍ ତିଆରି କରାଯାଇଛି, ହେଲେ ରାସ୍ତାରେ ହମ୍ପସ୍ ଅଛି ବୋଲି କୌଣସି ସୂଚନା ଦିଆଯାଇନାହିଁ । ଯାହାଫଳରେ ଡ୍ରାଇଭର ଜାଣିନପାରି ହମ୍ପସ୍ ଉପରେ ଗାଡିକୁ ଦ୍ରୁତଗତିରେ ଚଢ଼ାଇ ଦେବା ଫଳରେ ଦୁର୍ଘଟଣା ଘଟିଥିଲା । ଏହାପରେ ଟ୍ରକଟି ଭାରସାମ୍ୟ ହରାଇ ହୋଟେଲ ଭିତରକୁ ପଶିଯାଇଥିଲ।
