ଅଧୁରା ରହିଗଲା ଜଗା ଦର୍ଶନ, ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
1/12/2022 at 8:02 AM

ଟାଙ୍ଗୀ ୦୧।୧୨ : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକକୁ ପିଟିଲା କାର୍ । ଯେଉଁଥିରେ ୪ଜଣଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ୧୬ ନମ୍ବର ଜାତୀୟ ରାଜପଥର ବଡ଼ପୋଖରୀଆ ଛକ ନିକଟରେ ଘଟିଛି ଦୁର୍ଘଟଣା ।
ଖବର ଅନୁଯାୟୀ, ଏକ୍ କାର୍ଟି ବାଲୁଗାଁ ଆଡୁ ଖୋର୍ଦ୍ଧା ପଟୁ ଆସୁଥିଲା । ଏହି ସମୟରେ ଏକ ଟ୍ରକକୁ ଜୋରଦାର ଧକ୍କା ଦେଇଥିଲା କାର୍ । ଯାହାଫଳରେ କାର୍ରେ ଥିବା ୪ଜଣଙ୍କ ମୃତ୍ୟୁ ହୋଇଛି । ସମସ୍ତେ ଜଗନ୍ନାଥ ଦର୍ଶନ ପାଇଁ ଆନ୍ଧ୍ରପ୍ରଦେଶରୁ ପୁରୀ ଯାଉଥିଲେ । ଏବେ ଯାଏଁ ସେମାନଙ୍କ ନାମ ହସ୍ତଗତ ହୋଇନଥିବା ବେଳେ ମୃତକଙ୍କ ମଧ୍ୟରେ ଦୁଇ ଜଣ ମହିଳା ଏବଂ ଦୁଇ ଜଣ ପୁରୁଷ ଥିବା ଜଣାପଡିଛି।
Related Posts
ବୁଦ୍ଧଖୋଲ ମହୋତ୍ସବ ଉଦଯାପିତ; ଲୋକନୃତ୍ୟରେ ଦୁଲୁକିଲା ମଞ୍ଚ
30 January 2023
ବିଦ୍ୟୁତ୍ ଆଘାତରେ ରାଜମିସ୍ତ୍ରୀଙ୍କ ମୃତ୍ୟୁ
30 January 2023
ନୀଳଗିରି ରାସ୍ତାରେ ବୁଲୁଛି ଭାଲୁ; ଭୟଭୀତ ସ୍ଥାନୀୟ ଲୋକେ
30 January 2023